ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦.୩୦ରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଟିକାକରଣ ଅଭିଯାନର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇତିହାସରେ ଏଭଳି ବ୍ୟାପକ ଟିକାକରଣ ଅଭିଯାନ ହୋଇନାହିଁ ବୋଲି କହିବା ସହ କୋଭିଡ୍ ଯୋଦ୍ଧାଙ୍କ ବଳିଦାନକୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। କିଛି ସମୟ ପାଇଁ ତାଙ୍କ କଣ୍ଠ ବାଷ୍ଫରୁଦ୍ଧ ହୋଇଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, କରୋନା ସଙ୍କଟ ସମୟରେ ଦେଶର କରୋନା ଯୋଦ୍ଧାମାନେ ଆମକୁ ଭରସା ଓ ସାହାସ ଦେଇଥିଲେ।ଆମକୁ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇଥିଲେ। ଡାକ୍ତର, ନର୍ସ, ପାରାମେଡିକ୍, ଆମ୍ବୁଲାନ୍ସ ଡ୍ରାଇଭର, ପରିମଳ କର୍ମଚାରୀ, ପୁଲିସ ଏବଂ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀମାନେ ନିଜକୁ ପଛରେ ରଖି ସେମାନଙ୍କର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଥିଲେ। ଏମିତି କି କିଛି କରୋନା ଯୋଦ୍ଧା ନିଜ କର୍ତ୍ତବ୍ୟ ପାଇଁ ନିଜ ପରିବାର ଏବଂ ପିଲାମାନଙ୍କଠାରୁ ଦୂରରେ ରହିଥିବା ବେଳେ ଆଉ ଘରକୁ ଫେରିନଥିଲେ। କର୍ତ୍ତବ୍ୟ କରୁ କରୁ କରୋନାରେ ଚାଲିଯାଇଥିଲା ସେମାନଙ୍କ ଜୀବନ। ସଂକ୍ରମଣର ଆଶଙ୍କା ଥିବାରୁ ପରିବାର ଲୋକ ଶେଷ ଦର୍ଶନରୁ ବଞ୍ଚିତ ହୋଇଥିଲେ। ସେ ସମୟରେ ମୋ ଦେଶବାସୀଙ୍କ ଏଭଳି ଅବସ୍ଥା ଦେଖି ମୁଁ ଦୁଃଖିତ ହୋଇଥିଲେ ମଧ୍ୟ ମୋତେ କଟକଣା ଲଗାଇବାକୁ ପଡ଼ିଥିଲା। ହେଲେ ଆଜି ଆମେ ମିଳିମଶି କରୋନାକୁ ହରାଇପାରିଛେ ବୋଲି ସେ କହିଛନ୍ତି।
Image Courtesy of The Times of Indiaସେ ଆହୁରି ମଧ୍ୟ କହିଛନ୍ତି ଯେ,ଟିକା ନେଇ ସାରିଲେ ମଧ୍ୟ ଜଣେ ମାସ୍କ୍ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦି ସତର୍କତା ବର୍ଜନ କରିବା ଅନୁଚିତ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜନତାଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ଭାରତର ବୈଜ୍ଞାନିକ ଏବଂ ଟିକା ଉତ୍ପାଦନ ସାମର୍ଥ୍ୟ ଉପରେ ବିଶ୍ୱର ଅଗାଧ ବିଶ୍ୱାସ ରହିଛି। ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ତୁଳନାରେ ଭାରତରେ ନିର୍ମିତ ଟିକା ଅପେକ୍ଷାକୃତ ଶସ୍ତା। ସ୍ୱଳ୍ପ ସମୟ ମଧ୍ୟରେ ଆମେ ଦୁଇଟି ଟିକା ପାଇଛେ। ଏହା ଆମ ବୈଜ୍ଞାନିକମାନଙ୍କର ମେଧା ଓ ଦକ୍ଷତାର ପ୍ରମାଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/emotional-modi-16_Thumb.jpg)