କିଛି ଲୋକ ନିର୍ବା‌ଚନୀ ଫଳାଫଳରୁ, ଏଯାଏ ମୁକୁଳି ପାରିନାହାନ୍ତି

ରାହୁଲଙ୍କୁ ଜବାବ ଦେଲେ ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ଦୁଇଦିନ ତଳେ କେରଳର ୱାୟନାଡ଼ ଗସ୍ତରେ ଥିବାବେଳେ ମୋଦୀଙ୍କ ବିରୋଧରେ ସେ ଏକ ଆକ୍ରମଣାତ୍ମକ ବୟାନ ଦେଇଥିଲେ। ମୋଦୀଙ୍କ ନିର୍ବାଚନୀ ପ୍ରଚାରରେ କେବଳ ମିଛ, ବିଷ ଏବଂ ଘୃଣା ଭରି ରହିଥିଲା ବୋଲି ରାହୁଲ କହିଥିଲେ। କିନ୍ତୁ ମୋଦୀ ଏହାର ଦୁଇଦିନ ପରେ ତିରୁପତିରେ ରାହୁଲଙ୍କର ଏହି ମନ୍ତବ୍ୟ ବିରୋଧରେ କଡ଼ା ଜବାବ ଦେଇ କହିଛନ୍ତି, କିଛି ଲୋକ ଏଯାଏଁ ନିର୍ବାଚନୀ ଫଳାଫଳରୁ ମୁକୁଳି ପାରିନାହାନ୍ତି। ଏହା ସେମାନଙ୍କର ଦୁର୍ବଳତା। ଆମ ପାଇଁ ନିର୍ବାଚନର ଅଧ୍ୟାୟ ଶେଷ ହୋଇ ସାରିଲାଣି। ଏବେ ଦେଶର ୧୩୦ କୋଟି ଲୋକଙ୍କୁ ସେବା ଯୋଗାଇ ଦେବାର ଅଧ୍ୟାୟ ଆରମ୍ଭ ହୋଇଛି। ନିକଟରେ ସରିଥିବା ଲୋକସଭା ନିର୍ବାଚନ‌ରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ବିଜେପି ବିଜୟ ହାସଲ କରିନଥିଲେ ମଧ୍ୟ ଏହି ଦୁଇଟି ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର