କେହି ଜଣେ ଭେଟିବାକୁ ଆସୁଛି, ହଇରାଣ କରିବନି; ମୃତ୍ୟୁ ପୂର୍ବରୁ ଶିଷ୍ୟଙ୍କୁ ଏଭଳି କହିଥିଲେ ମହନ୍ତ ନରେନ୍ଦ୍ର ଗିରି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ୩ଜଣଙ୍କୁ ଗିରଫ କରାଯିବା ସହ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ତେବେ ଏସବୁ ଭିତରେ ସୋମବାରର ପୂରା ଘଟଣାକ୍ରମ ବାବଦରେ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ନରେନ୍ଦ୍ର ଗିରିଙ୍କ ଆଉ ଜଣେ ଶିଷ୍ୟ ନିର୍ଭୟ ଦ୍ୱିବେଦୀ । ନିର୍ଭୟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଭଳି ସୋମବାର ମଧ୍ୟ ସକାଳ ୫ଟାରୁ ନରେନ୍ଦ୍ର ଗିରିଙ୍କ ଦିନ ଆରମ୍ଭ ହୋଇଥିଲା । ୫ଟା ବେଳେ ଚା’ ପିଇବା ପରେ ୭ଟା ବେଳକୁ ସେ ତଳ ଘରକୁ ଆସିଥିଲେ । ମୁଁ ସାଢେ ୭ଟାରୁ ୮ଟା ମଧ୍ୟରେ ଉଠିବା ପରେ ଗୁରୁଜୀଙ୍କୁ ନମସ୍କାର କରି ମନ୍ଦିର ଚାଲି ଯାଇଥିଲି । ମନ୍ଦିରରୁ ଫେରିବା ବେଳେ ଜାଣିଲି ମହାରାଜ ନରେନ୍ଦ୍ର ଗିରି ସମସ୍ତଙ୍କ ସହ ମଧ୍ୟାହ୍ନ ଭୋଜନ କରି ଉପରକୁ ଯାଇଛନ୍ତି । ଉପର ଘରେ କିଛି ସମୟ ରହିବା ପରେ ପୁଣିଥରେ ଆରାମ କରିବାକୁ ତଳ ଘରକୁ ଆସିଥିଲେ ।

Mahant Narendra Giri Death: पुलिस को महंत नरेंद्र गिरि के कमरे से मिला 5  पन्नों का सुसाइड नोट, हिरासत में लिए गए आनंद गिरि | Prayagraj akhada  parishad mahant Narendra Giri death

ତଳ ଘରେ ଆରାମ କରିବା ପୂର୍ବରୁ ନରେନ୍ଦ୍ର ଗିରି କହିଥିଲେ ଯେ, ମୋତେ କେହି ଭେଟିବାକୁ ଆସୁଛନ୍ତି, ତେଣୁ ମୁଁ ତଳ ଘରେ ରହିବି । ମୋତେ କେହି ଆଜି ହଇରାଣ କରିବନି । କେହି ତାଙ୍କୁ ଭେଟିବାକୁ ଆସୁଥିବାରୁ ସମସ୍ତଙ୍କୁ ନିଜ ପାଖରୁ ଦୂରେଇ ରଖିଥିଲେ ଅଧ୍ୟକ୍ଷ ନରେନ୍ଦ୍ର ଗିରି। କିନ୍ତୁ କିଏ ନରେନ୍ଦ୍ରଙ୍କୁ ଭେଟିବାକୁ ଆସିବ, ସେ ବିଷୟରେ କାହାକୁ ମଧ୍ୟ ଜଣାନଥିଲା । ତେବେ ନରେନ୍ଦ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ବେଳେ ଏକ ସୁଇସାଇଟ ନୋଟ ଜବତ କରାଯାଇଛି ଯେଉଁଥିରେ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ରହିଛି ।

ସେପଟେ ଆନନ୍ଦ ଗିରି କହିଛନ୍ତି, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ।  ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତରପ୍ରଦେଶ ପୁଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସମ୍ବନ୍ଧିତ ଖବର