ସାପ କାମୁଡ଼ାରେ ମୃତ୍ୟୁବରଣ କରିବାରୁ ପରିବାର ଲୋକେ କରିଥିଲେ ଅନ୍ତିମ ସଂସ୍କାର, ଏବେ ୧୬ମାସ ପରେ ଘରକୁ ଫେରିଛି ପୁଅ !

ସମ୍ଭଲ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ରହୁଥିବା ଜଣେ ଯୁବକଙ୍କୁ ୧୬ମାସ ପୂର୍ବେ ସାପ କାମୁଡ଼ି ଦେବାରୁ ସେ ମୃତ୍ୟୁବରଣ କରିଥିଲେ । ଅନେକ ଚେଷ୍ଟା ପରେ ତାଙ୍କୁ ବଞ୍ଚା ଯାଇ ନ ପାରିବାରୁ ପରିବାର ଲୋକେ ଅନ୍ତିମସଂସ୍କାର କରି ଦେଇଥିଲେ । କିନ୍ତୁ ଘଟଣାର  ୧୬ମାସ ପରେ ନିଜ ଘରକୁ ସୁସ୍ଥ ହୋଇ ପୁଅ ଫେରିବା ପରେ ସାରା ପରିବାର ଖୁସି କମ୍‌ ଆଶ୍ଚର୍ଯ୍ୟ ଅଧିକ ହୋଇଥିବା ଦେଖାଯାଇଛି । ଯୁବକଙ୍କ ସହ ଆସିଥିବା କିଛି ସପେରା ତନ୍ତ୍ର ବିଦ୍ୟା କରି ଯୁବକଙ୍କୁ ବଞ୍ଚାଇଥିବା ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଗାଁ ଲୋକେ ନୂଆ ଜୀବନ ପାଇ ଫେରିଥିବା ଯୁବକଙ୍କୁ ଦେଖିବାକୁ ଧାଡ଼ି ଲଗାଇଛନ୍ତି ।

AI News

ସୂଚନା ମୁତାବକ, ଅଗଷ୍ଟ ୨୩,୨୦୧୭ରେ ଯୋଗେଶଙ୍କୁ ହରିୟାଣାର ରୋହତକ୍‌ରେ ସାପ କାମୁଡ଼ି ଦେଇଥିଲା । ଯାହା ପରେ ପରିବାର ଲୋକେ ତାଙ୍କୁ ଜଣେ ସପେରା ପାଖକୁ ନେଇ ଯାଇଥିଲେ । କିନ୍ତୁ ଯୋଗେଶଙ୍କ ଅବସ୍ଥା ଦେଖି ସେମାନେ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ । କିଛି ସମୟ ପରେ ଯୋଗେଶଙ୍କ ନିଶ୍ୱାସ ନ ଚାଲିବାରୁ ପରିବାର ଲୋକେ ତାଙ୍କୁ ଗଙ୍ଗାରେ ପ୍ରବାହିତ କରି ଅନ୍ତମ ସଂସ୍କାର କରିଥିଲେ । କିନ୍ତୁ ୧୬ମାସ ପରେ ଯୋଗେଶଙ୍କ ଘରକୁ ଫେରିବା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି । ଯୋଗେଶଙ୍କ ସହ ଆସିଥିବା କିଛି ସପେରା ଯୋଗେଶଙ୍କୁ ପାଣିରୁ ଆଣି ତାଙ୍କର ଚିକିତ୍ସା କରି ତାଙ୍କୁ ଜୀବିତ କରାଇଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର