ଖାଲରେ ପଡ଼ି ପୁଅର ମୃତ୍ୟୁ:ବାପା ପୋତିଲେ ୫୫୬ ଖାଲ

ମୁମ୍ବାଇ : ମୁମ୍ବାଇରେ ଏବେ ଖାଲରେ ପଡ଼ି ଅନେକ ଜୀବନହାନି ହେଉଛି। ସରକାର ଯେମିତି ଏଦିଗ ପ୍ରତି ଆଖି ବୁଜି ଦେଇଛନ୍ତି। ଏବେ ଜଣେ ସାଧାରଣ ନାଗରିକ ଏ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି। ମୁମ୍ବାଇ ବାସିନ୍ଦା ଦାଦାରାଓ ବିଲ୍‌ହୋର ୩ ବର୍ଷ ପୂର୍ବେ ନିଜ ୧୬ ବର୍ଷୀୟ ପୁଅକୁ ହରାଇ ଦେଇଥିଲେ। ବର୍ଷାଋତୁରେ ଖାଲରେ ପଡ଼ି ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ପୁଅ ଯେଉଁ ଦଶା ଭୋଗିଲା ଆଉ କାହାର ନହେଉ। ସେଥିଲାଗି ସେ ମୁମ୍ବାଇ ସହରରେ ୫୫୬ଟି ଖାଲ ପୋତିଛନ୍ତି। ତାଙ୍କ ମତରେ ଯଦି ଲୋକମାନେ ଖାଲ ପୋତିବା ଆରମ୍ଭ କରିବେ ତେବେ ସରକାରଙ୍କ ପକ୍ଷରୁ ମଧ୍ୟ ଏଦିଗରେ ଅଧିକ ଆଗ୍ରହ ବଳିବ।

ସମ୍ବନ୍ଧିତ ଖବର