୧୨ ବର୍ଷ ବୟସରେ ଦୁଷ୍କର୍ମ ହୋଇଥିଲା ମା, ଦୁଷ୍କର୍ମକାରୀ ବାପାକୁ ଦଣ୍ଡ ଦେବାକୁ ଲଢେଇ କରୁଛି ପୁଅ

କୌଣସି ସିନେମା କାହାଣୀଠାରୁ କମ ନୁହେଁ

ଲଖନଉ: ୧୨ ବର୍ଷ ବୟସରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଦୁଇ ଯୁବକ | ଆଉ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଜନ୍ମ ହେଲା ପୁଅ | ସେହି ପୁଅ ଏବେ ମା ପାଇଁ ଲଢ଼ୁଛି | କୌଣସି ସିନେମା କାହାଣୀଠାରୁ କମ ରୋଚକ ନୁହେଁ ଏହି ଖବର | ମା ସହ ହୋଇଥିବା ଅନ୍ୟାୟକୁ ସମସ୍ତଙ୍କ ସାମ୍ନାକୁ ଆଣିବା ସହ ଦୁଷ୍କର୍ମକାରୀ ବାପାକୁ ଦଣ୍ଡ ଦେବାକୁ ଏବେ ଅଣ୍ଟା ଭିଡିଛି ପୁଅ | ଯେଉଁଠାରେ ୨୬ ବର୍ଷର ପୁଅ ୨୮ ବର୍ଷ ପୂର୍ବେ ତାଙ୍କ ମା ସହିତ ହୋଇଥିବା ଗଣଦୁଷ୍କର୍ମର ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଆରମ୍ଭ କରିଥିବା ସଂଗ୍ରାମରେ ସଫଳତା ପାଇଛି | ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଏକ ଦୁଷ୍କର୍ମ ମାମଲାରେ ୨୮ ବର୍ଷ ପରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସମୟରେ ପୀଡିତା ରଚନା(ଛଦ୍ମନାମ)ଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା।

ଏହି ହୃଦୟ ବିଦାରକ ଘଟଣା ୧୯୯୪ ମସିହାରେ ଘଟିଥିଲା | ବାସ୍ତବରେ, ଘଟଣା ସମୟରେ ରଚନା ତାଙ୍କ ଭଉଣୀ ଏବଂ ଭିଣୋଇଙ୍କ ଘରେ ରହୁଥିଲେ | ଦିନେ ପଡୋଶୀ ଭାବେ ରହୁଥିବା ନକି ହାସନ ଏବଂ ଗୁଡୁ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ସେ ଗର୍ଭବତୀ ହୋଇଥିଲେ। ଯେତେବେଳେ ପୀଡିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ଲୋକଲଜ୍ଜ୍ୟା ଭୟରେ ସେତେବେଳେ ସେ ସେହି ପିଲାଟିକୁ ତାଙ୍କର ଭଉଣୀ ପାଖରେ ଛାଡିଦେଇଥିଲେ | ଏହା ପରେ ବିବାହ ଯୋଗ୍ୟ ହେବା ପରେ ତାଙ୍କର ବିବାହ ହୋଇଯାଇଥିଲା | ଅନ୍ୟପକ୍ଷରେ, ଯେତେବେଳେ ପୁଅ ଅବିନାଶଙ୍କୁ (ଛଦ୍ମନାମ) ୨୬ ବର୍ଷ ହୋଇଥିଲା, ସେତେବେଳେ ସେ ତାଙ୍କର ପ୍ରକୃତ ପିତାମାତାଙ୍କୁ ଖୋଜିବାକୁ ଲାଗିଲେ | ଶେଷରେ ସେ ୨୬ ବର୍ଷ ପରେ ତାଙ୍କ ମାଆଙ୍କୁ ପାଇଲେ ଏବଂ ତାଙ୍କ ପିତାଙ୍କ ବିଷୟରେ ପଚାରିଲେ |

ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ମାଆଙ୍କୁ ଦୁଷ୍କର୍ମ କରାଯାଇଥିଲା, ସେତେବେଳେ ସେ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧ ବର୍ଷ ପୂର୍ବେ ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଏହା ପରେ ପୁଲିସ ଉଭୟ ଅବିନାଶ ଓ ଦୁଷ୍କର୍ମକାରୀଙ୍କ ଡିଏନଏ ପରୀକ୍ଷା କରାଇଥିଲା | ଆଉ ଡିଏନଏ ମିଶିଯାଇଥିବାବେଳେ ଏବେ ଉଭୟ ଅଭିଯୁକ୍ତ ଫେରାର ଅଛନ୍ତି | ୟୁପି ପୁଲିସର ଅଧିକାରୀଙ୍କ ଅନୁଯାୟୀ, ଡିଏନ୍ଏ ପରୀକ୍ଷା ରିପୋର୍ଟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର