ଜୀବନ-ମୃତ୍ୟୁର ଖେଳ ! ଆମ୍ବୁଲାନ୍ସରେ ପୁଅ ଦେଖିଲା ମା’ ଶରୀରରେ ପ୍ରାଣ ନାହିଁ; କିଛି ସମୟ ପରେ ପୁଣି ଚାଲିଲା ନିଶ୍ବାସ, ମା’ ଖୋଲିଲା ଆଖି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ​​ ଡାକ୍ତରଖାନାରୁ ଫେରିବା ବାଟରେ ପୁଅ ଭାବିଲା ମା’ ଚାଲିଗଲେ।  ଫଳରେ ସେ ସମସ୍ତଙ୍କୁ  ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଦେଲା ଏବଂ ଘରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଗଲା । ଏହା ପରେ ମହିଳାଙ୍କ ପରିବାର ସଦସ୍ୟ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ମୃତଦେହକୁ ରଖିବା ପାଇଁ ବାଉଁଶ କାଠ ସଂଗ୍ରହ କରିଦେଇଥିଲେ ଏବଂ ଘରେ ଗ୍ରାମବାସୀ ମଧ୍ୟ ଏକାଠି ହୋଇଯାଇଥିଲେ । ଏହିସବୁ ଚାଲିଥିବା ବେଳେ ପୁଣି ଖବର ଆସିଲା ସେ ବଞ୍ଚିଛନ୍ତି।

ମହୁଆଡିହ ଥାନା ଅଞ୍ଚଳର ବେଲୱା ବଜାରର ବାସିନ୍ଦା କହ୍ନେୟାଙ୍କ ପତ୍ନୀ ମୀନା ଦେବୀ (ବୟସ ୫୫) ଶ୍ଵାସଜନିତ ରୋଗରେ ଗୁରୁତର ଥିଲେ । ହଠାତ୍ ମୀନାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ ପରିବାର ସଦସ୍ୟ । ଯେଉଁଠାରୁ ଡାକ୍ତରମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଲେ । ଏଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ଦେଇ ତାଙ୍କୁ ଗୋରଖପୁର ବିଆରଡି ମେଡିକାଲ କଲେଜ ହସ୍ପିଟାଲକୁ  ପଠାଇ ଦେଇଥିଲେ, ଯେଉଁଠାରେ ମୀନାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ  ଡାକ୍ତରମାନେ ମୀନା ଦେବୀଙ୍କୁ ଡିସଚାର୍ଜ କରି ତାଙ୍କୁ ଘରକୁ ନେଇ ସେବା କରିବାକୁ କହିଥିଲେ ।

ଏହା ପରେ, ମହିଳାଙ୍କ ପୁଅ ଟିଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ମାଆଙ୍କୁ ନେଇ ଗାଁକୁ ଯିବା ବାଟରେ ଅନୁଭବ କଲା ଯେ, ତାଙ୍କ ମା’ଙ୍କର ନିଶ୍ୱାସ ବନ୍ଦ ହୋଇଯାଇଛି ଏବଂ ସେ ଆଉ ଏହି ଦୁନିଆରେ ନାହାନ୍ତି । ଟିଙ୍କୁ ପରିବାର ସଦସ୍ୟଙ୍କୁ ଫୋନ କରି କହିଦେଲା ଯେ, ମା’ଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ମୃତଦେହ ଧରି ଘରକୁ ଆସୁଛି । ଏହି ଖବର ଶୁଣିବା ପରେ ଅନ୍ତିମ ସଂସ୍କାର ପାଇଁ ଏଠାରେ ପ୍ରସ୍ତୁତି ଚାଲିଥିବା ବେଳେ ଟିଙ୍କୁ ପୁନର୍ବାର ଫୋନ୍ କରି କହିଥିଲେ ଯେ, ମା ନିଶ୍ୱାସ ନେଉଛନ୍ତି ଏବଂ ଲାଗୁଛି ଯେ ସେ ଜୀବିତ ଅଛନ୍ତି । ଏହା ପରେ ମୀନା ଦେବୀଙ୍କୁ ଏକ ଘରୋଇ ଡାକ୍ତରଖାନାଙ୍କୁ ନିଆ ଯାଇଥିଲା ଓ  ସେଠାରେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍  ଥିବାରୁ ଘରକୁ ଫେରିଥିଲେ ।

ସମ୍ବନ୍ଧିତ ଖବର