ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀ ଶୈଳେଶଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଆଜି ମିସା ଏବଂ ଶୈଳେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବା ସହ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମିସା ଏବଂ ଶୈଳେଶଙ୍କ ବିରୋଧରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ମାମଲାରେ ଉକ୍ତ ଦମ୍ପତିଙ୍କ ଦିଲ୍ଲୀ ଫାର୍ମହାଉସକୁ ମଧ୍ୟ ବାଜ୍ୟାପ୍ତ କରାଯାଇଥିଲା। ଉକ୍ତ ଫାର୍ମ ହାଉସକୁ ବେଆଇନ ଭାବେ ୧.୨ କୋଟି ଟଙ୍କାରେ କିଣାଯାଇଥିବା ଅଭିଯୋଗ ହୋଇଥିଲା।
ଲାଲୁଙ୍କ ଝିଅ-ଜ୍ୱାଇଁଙ୍କୁ ମିଳିଲା ଜାମିନ
/sambad/media/post_attachments/wp-content/uploads/2018/03/Laloo-daughter-son-in-law.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)