ଜୟପୁର: କୁହାଯାଏ ପ୍ରେମ ନା ବୟସ ଦେଖେ ନା ଜାତି ଦେଖେ | ଜଣେ ନିଜର ପ୍ରେମକୁ ପାଇବା ପାଇଁ ସବୁକିଛି ଚେଷ୍ଟା କରେ | ରାଜସ୍ଥାନର ସିରୋହି ଜିଲ୍ଲାରୁ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୭ ବର୍ଷୀୟ ଜ୍ୱାଇଁ ତାଙ୍କ ୪୨ ବର୍ଷୀୟ ଶାଶୁଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ ଉଭୟ ଘର ଛାଡି ପଳାଇଛନ୍ତି | ତେବେ ଏହି ପ୍ରେମ କାହାଣୀ ଯୋଗୁଁ ଏବେ ଯୁବକଙ୍କ ତିନି ଶିଶୁ, ପତ୍ନୀ ଏବଂ ବୃଦ୍ଧ ଶ୍ୱଶୁର ଏବେ ଅସୁବିଧାରେ ପଡିଛନ୍ତି |

Advertisment

ମିଳିଥିବା ସୂଚନା ମୁତାବକ ଯୁବକ(ଘରର ଜ୍ୱାଇଁ) ୧୪ ଦିନ ପୂର୍ବରୁ ତାଙ୍କ ପ୍ରେମିକା ତଥା ଶାଶୁଙ୍କ ସହିତ ଘରୁ ପଳାଇଥିଲେ | ଏପର୍ଯ୍ୟନ୍ତ ଏହି ପ୍ରେମୀ ଯୁଗଳଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ | ପୁଲିସ ସେମାନଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ପୁଲିସ ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନରେ ଏପର୍ଯ୍ୟନ୍ତ ଜଣା ପଡିଛି ଯେ ଜ୍ୱାଇଁ ଏବଂ ଶାଶୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ଶାଶୁ ତାଙ୍କ ପ୍ରେମିକାଙ୍କୁ ଘରକୁ ସ୍ଥାୟୀ ଭାବେ ଆଣିବାକୁ ପ୍ରେମିକ ସହିତ ଝିଅର ବିବାହ କରାଇଥିଲେ |

ପରେ ସେ ନିଜ ପ୍ରେମିକକୁ ଘରେ ଘରଜ୍ୱାଇଁଆ କରି ରଖିଥିଲେ। ଯାହାଫଳରେ ସେମାନେ ସହଜରେ ଏକାଠି ରହିପାରିବେ, ଏହି ସମୟରେ ଜ୍ବାଇଁ ଏବଂ ଝିଅର ଔରସରୁ ୩ ସନ୍ତାନ ଜନ୍ମ ହୋଇଥିବାବେଳେ ଜ୍ବାଇଁ ଏବଂ ଗର୍ଲଫ୍ରେଣ୍ଡ ଶାଶୁଙ୍କ ପ୍ରେମ କାହାଣୀ ବଢ଼ିବାରେ ଲାଗିଥିଲା | ଶେଷରେ ଉଭୟ ଶାଶୁ ଏବଂ ଜ୍ୱାଇଁ ନିଜ ନୂଆ ସଂସାର ପାଇଁ ଘରୁ ପଳାଇଯାଇଛନ୍ତି |