ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନ କରି ୬ମାସ ପର୍ଯ୍ୟନ୍ତ ବାପାର ମୃତଦେହକୁ ଲୁଚାଇ ରଖିଥିଲା ପୁଅ,ଏଭଳି କରିବା ପଛରେ ରହିଥିଲା ଅଜବ କାରଣ

ଗିରିଡ଼ିହ(ଝାର୍‌ଖଣ୍ଡ) : ଶନିବାର ସଂନ୍ଧ୍ୟାରେ ଗିରିଡ଼ିହରେ ଥିବା ଇନ୍ଦିରା କଲୋନିରୁ ଏକ ୬ମାସ ପୁରୁଣା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ଅଧା ଶଢ଼ି ଯାଇଥିବା ବେଳେ ମୃତକଙ୍କ ପୁଅ ତାଙ୍କୁ ୬ମାସ ହେଲା ଗୋଟେ ଘରେ  ବନ୍ଦ କରି ରଖିଥିଲେ ବୋଲି ଜଣା ପଡ଼ିଥିଲା । ପୁଲିସ ୬ମାସ ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତକଙ୍କ ପୁଅ ତାଙ୍କ ମୃତ ବାପାଙ୍କ ଶରୀରକୁ ଫେରାଇବାକୁ ଜିଦ୍‌ ଧରି ବସିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ପୁଲିସ ପ୍ରଥମେ ମୃତକଙ୍କ ପୁଅ ପ୍ରଶାନ୍ତ କୁମାର ସିହ୍ନାଙ୍କୁ ପଚାରାଉଚରା ପାଇଁ ଡ଼ାକିଥିବା ବେଳେ ଏବେ ପ୍ରଶାନ୍ତଙ୍କ ମାନସିକ ଅବସ୍ଥା ଭଲ ନଥିବା ଜାଣି ପୁଲିସ ପ୍ରଶାନ୍ତଙ୍କୁ ଛାଡ଼ିଥିବା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୬ମାସ ପୂର୍ବେ ବିଶ୍ୱନାଥ ପ୍ରସାଦଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଅଧିକ ଭଲ ପାଉଥିବା ପ୍ରଶାନ୍ତ ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇ ନଥିଲେ । ଏହା ସହ ଗୋଟେ ଘରେ ରଖି ନିଜ ବାପାଙ୍କୁ ବଞ୍ଚାଇବା ପାଇଁ ତନ୍ତ୍ରମନ୍ତ୍ରରେ ଲାଗି ପଡ଼ିଥିଲେ ବୋଲି ପୁଲିସ ଜଣାଇଛି । ୮ମାସ ହେବା ପରେ ପ୍ରଶାନ୍ତ ନିଜ ବାପାଙ୍କୁ ବଞ୍ଚାଇ ଦେଇଥାନ୍ତେ ବୋଲି ପୁଲିସକୁ ଜଣାଇ ମୃତ ଦେହକୁ ଫେରାଇବାକୁ କହିଥିଲେ । ପ୍ରଥମେ ପ୍ରଶାନ୍ତଙ୍କୁ ପୁଲିସ ଦୋଷୀ ବୋଲି ଭାବୁଥିବା ବେଳେ ପରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ଜାଣି ପୁଲି ତାଙ୍କୁ ଛାଡ଼ିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର