କାନପୁର: ଉତ୍ତରପ୍ରଦେଶର କାନପୁରରରେ ଥିବା ରାମା ମେଡିକାଲ୍‌ କଲେଜର ରେଡିଓଲୋଜି ବିଭାଗର ପ୍ରଫେସର୍‌ ଡକ୍ଟର ପ୍ରେମ ସାଗର ସାହାଣୀଙ୍କ ପରଲୋକ ଘଟିବା ପରେ ତାଙ୍କର ଅନ୍ତିମ ସଂସ୍କାର ବି କରି ଦିଅଯାଇଛି। ତେବେ ଦୁଃଖର କଥା ହେଉଛି ପ୍ରଫେସରଙ୍କୁ ‌ଶେଷ ବିଦାୟ ଦେବାକୁ ପାଖରେ ନା ଥିଲେ ତାଙ୍କ ପତ୍ନୀ ନା ପୁଅ! ସେ କାନପୁରରେ ମସାଣିକୁ ଯାଉଥିବା ବେଳେ ତାଙ୍କୁ କାନାଡାରେ ରହୁଥିବା ତାଙ୍କ ପତ୍ନୀ ଓ ପୁଅ ଭିଡିଓ କଲ୍‌ ଜରିଆରେ ଶେଷ ବିଦାୟ ଦେଇଥି‌ଲେ।

Advertisment

ଶ୍ମସାନରେ ଅନ୍ତିମ କ୍ରିୟା କାର୍ଯ୍ୟ ତୁଲାଇଥିଲେ ତାଙ୍କ ଭଉଣୀ ଓ ଭିଣୋଇ। ପ୍ରଫେସର ନିଜ ରୁମ୍‌ରେ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ‌ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ସ୍ତ୍ରୀ, ପୁଅ କାନାଡାରୁ ଆସିବାରେ ବି ସମର୍ଥ ହୋଇ ପାରିନଥିଲେ।

ଶନିବାର ସଂଧ୍ୟା ୫.୩୦ ସମୟରେ ଯେତେବେଳେ ଫ୍ଲାଟର୍‌ ସିକ୍ୟୁରିଟି ଡାକ୍ତରଙ୍କୁ ଡାକିବାକୁ ଆସିଥିଲେ ତ ଭିତରୁ କୌଣସି ଜବାବ ଆସିନଥିଲା। ତାପରେ ସିକ୍ୟୁରିିଟି ଗାର୍ଡ ଧକ୍କା ଦେଇ କବାଟ ପେଲିକି ଭାଙ୍ଗିବା ପରେ ଦେଖିଲେ ଯେ ଡାକ୍ତର ଖଟ ଉପରେ ପଡ଼ି ରହିଥିଲେ ଓ ତାଙ୍କ ନିଶ୍ବାସ ମନ୍ଥର ହୋଇ ଯାଇଥିଲା।

ପୁଲିସ୍‌ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି। ତେବେ ପୁଲିସ୍‌ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବ୍ୟବ‌ଚ୍ଛେଦ ରିପୋର୍ଟରୁ ତାଙ୍କ ହୃଦୟ ଚାଲିବା ବନ୍ଦ ହୋଇଯିବାରୁ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏଯାବତ୍‌ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।