ଭାରତ ରତ୍ନ ଗ୍ରହଣ କରିବେ ଭୁପେନ ହଜାରିକାଙ୍କ ପରିବାର

ନୂଆଦିଲ୍ଲୀ : ପ୍ରସିଦ୍ଧ ଆହମୀୟ ସଂଗୀତଜ୍ଞ ଭୁପେନ ହଜାରିକାଙ୍କ ପୁଅ ତେଜ ହଜାରିକା ଭାରତ ରତ୍ନ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ତାଙ୍କ ସ୍ବର୍ଗତ ପିତାଙ୍କ ତରଫରୁ ଭାରତ ରତ୍ନ ଗ୍ରହଣ କରିବା ବେଶ ଗୌରବର ବିଷୟ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୧ ତାରିଖରେ ସେ ଦେଇଥିବା ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଥିଲା । ମୋ ମତକୁ ଭିନ୍ନ ଅର୍ଥରେ ପରିବେଷଣ କରାଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି ।

ଗତ ୧୧ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌କୁ ଦୃଢ଼ ବିରୋଧ କରିବାକୁ ଯାଇ ତେଜ ହଜାରିକା ଭାରତ ରତ୍ନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ୬୭ ବର୍ଷୀୟ ତେଜ୍ ଆମେରିକାର ନ୍ୟୁୟର୍କରେ ବାସ କରୁଛନ୍ତି। ସେ ଜଣେ ପ୍ରକାଶକ, ଲେଖକ ଏବଂ ଶିକ୍ଷକ। ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର