ଭୋପାଳ: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା)ର ଜନୈକ ରାଜ୍ୟସଭା ସାଂସଦଙ୍କ ପୁଅକୁ ପୁଲିସ ସ୍ମାକ-ଡ୍ରଗସ ସହିତ ଗିରଫ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଂସଦଙ୍କ ପୁଅ ନିଜର ଦୁଇ ଜଣ ସାଙ୍ଗଙ୍କ ସହିତ କାର୍ରେ ଯାଉଥିଲେ। ପୁଲିସ ଯେତେବେଳେ କାରକୁ ଚେକିଂ କରିବାକୁ ରୋକିଥିଲା,ସେତେବେଳେ କାର୍ ନ ରଖି ଜୋରରେ କାର୍ ଚଳାଇ ଚାଲି ଯାଇଥିଲେ। ଏହାପରେ ଅଭିଯୁକ୍ତଙ୍କୁ ପୁଲିସ୍ ପିଛା କରି ସତେନ୍ଦ୍ରଙ୍କୁ ଗିରଫ କରିଥିଲା।
ମଧ୍ୟପ୍ରଦେଶର ମଣ୍ଡଳାଠାରେ ସତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ଭାଜପାର ରାଜ୍ୟସଭା ସଦସ୍ୟ ସଂପତିୟା ଉଇକେଙ୍କ ପୁଅସତେନ୍ଦ୍ର ଓ ତାଙ୍କର ଦୁଇ ସାଙ୍ଗକୁ ନେଇ କାରରେ ଯାଉଥିଲେ। ମଣ୍ଡଳାର ପଲଟେକନିକ୍ ଛକ ନିକଟରେ ଗାଡି ଚେକିଂ ହେଉଥିଲା। ସତେନ୍ଦ୍ର ଥିବା କାର କିନ୍ତୁ ଏଥିରେ ସହଯୋଗ କରି ନଥିଲା। ପରେ ପୁଲିସ ଉକ୍ତ କାରକୁ ଜବତ କରିବା ସହ ସେଥିରୁ କିଲୋଗ୍ରାମ୍ ୩୮୦ ଗ୍ରାମ୍ ସ୍ମାକ୍ ଜବତ କରିଥିଲା। ଏହି ମାମଲାରେ ପୁଲିସ ସତେନ୍ଦ୍ର ଓ ତାଙ୍କର ଦୁଇ ସାଙ୍ଗକୁ ମଧ୍ୟ ଗିରଫ କରିଥିଲା।
/sambad/media/post_attachments/wp-content/uploads/2019/03/handcuffs-2.jpg)
ଏହି ତିନିଜଣଙ୍କୁ ଏନଡିପିସିଡି ଆଇନ୍ ଅନୁଯାୟୀ ଗିରଫ କରାଯାଇଥିବା ଜଣାଯାଇଛି। ପୁଲିସ ଏସପିଙ୍କ ସୂଚନା ଅନୁଯାୟୀ ଆଜି ଅଭିଯୁକ୍ତମାନଙ୍କୁ କୋଟ ର୍ଚାଲାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Madla-ftr-620x400.jpg)