ସେନାର ଖାଦ୍ୟ ବିଷୟରେ ଆପତ୍ତି କରି ବରଖାସ୍ତ ହୋଇଥିବା ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁରଙ୍କ ପୁଅ ମୃତ

ରେଓ୍ଵାରି: ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) କନେଷ୍ଟବଳ ତେଜ୍‌ ବାହାଦୁର ଯାଦବଙ୍କ ପୁତ୍ର ରୋହିତଙ୍କର ବୁଧବାର ରାତିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୈନିକମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ତେଜ ବାହଦୁର ୨୦୧୭ ମସିହାରେ ସମଗ୍ର ଦେଶରେ ଅସନ୍ତୋଷ ଉଦ୍ରେକ କରାଇଥିଲେ।

ହରିୟାଣାର ରେଓ୍ଵାରିସ୍ଥିତ ବାସ ଭବନରୁ ରୋହିତଙ୍କ ଶବ ମିଳିଛି।

ଜଣେ ପୁଲିସ କର୍ମଚାରୀ କହନ୍ତି: ରୋହିତ ଆତ୍ମହତ୍ୟା କରିଛନ୍ତି ବୋଲି ଆମେ ଗୋଟାଏ କଲ୍‌ ପାଇଲୁ। ଘଟଣାସ୍ଥଳରେ ଆମେ ଭିତରୁ କବାଟ କିଳା ଯାଇଥିବା କୋଠରିଟିଏ ଦେଖିଲୁ। ଶବଟି ଖଟରେ ପଡ଼ିଥିଲା। ତା’ ହାତରେ ପିସ୍ତଲଟିଏ ଥିଲା। ତାଙ୍କ ବାପା କୁମ୍ଭମେଳାକୁ ଯାଇଛନ୍ତି। ଆମେ ତାଙ୍କୁ ସୂଚନା ଦେଇଛୁ।

ଯବାନମାନଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ କରି ସେ ସାମାଜିକ ଗଣମାଧ୍ୟମରେ ୪ଟି ଫଟୋ ପୋଷ୍ଟ୍‌ କରି ୨୦୧୭ରେ ବିବାଦ ଉଦ୍ରେକ କରାଇଥିଲେ। କିନ୍ତୁ, ତାଙ୍କର ଅଭିଯୋଗକୁ ବିଏସ୍‌ଏଫ୍‌ ଅଗ୍ରାହ୍ୟ କରିବାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଯାଦବଙ୍କୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର