ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ଜେବରର ଜଣେ ପୂର୍ବତନ ବିଧାୟକଙ୍କ ପୁଅ ନିଜ ଉପରକୁ ଗୁଳି ଚଳାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପୂର୍ବତନ ବିଧାୟକଙ୍କ ଘରେ ଗୁଳିର ଶବ୍ଦ ଶୁଣି ସେଠାରେ ଲୋକେ ରୁଣ୍ଡ ହୋଇଥିଲେ। ଖାଲି ସେତିକି ନୁହେଁ, ସେଠାରେ ଉତ୍ତେଜନାପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ସୂଚନା ଅନୁଯାୟୀ, କୋତୱାଲି ଅଞ୍ଚଳର କିଲା ମେୱାଇ ନିବାସୀ ହୋରାମ ସିଂ ୨୦୦୭ ମସିହାରେ ଜେବର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଶନିବାର ହୋରାମ ସିଂଙ୍କ ବଡ଼ ପୁଅ ମହେଶ (୩୦) ନିଜକୁ ଗୁଳି କରି ହତ୍ୟା କରିଥିଲେ। ଗୁଳିର ଶବ୍ଦ ଶୁଣି ପରିବାରରେ ଆତଙ୍କ ଖେଳିଯାଇଥିଲା।
ଲୋକମାନେ ପୂର୍ବତନ ବିଧାୟକଙ୍କ ପୁଅର ମୃତ୍ୟୁ ଖବର ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ପଠାଇଥିଲା। କୋତୱାଲି ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ ଡକ୍ଟର ଏମ.କେ ଉପାଧ୍ୟାୟ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ଏହି ମାମଲାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ଡବଲ୍ ବ୍ୟାରେଲ୍ ବନ୍ଧୁକକୁ ଜବତ କରାଯାଇଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ସେ କହିଛନ୍ତି |
ପୂର୍ବତନ ବିଧାୟକଙ୍କ ପୁଅଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ
/sambad/media/post_attachments/wp-content/uploads/2020/11/buland.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)