ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ପନିପରିବା ବିକ୍ରେତାଙ୍କ ପୁଅ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଖବର ପାଇବା ପରେ ଉତ୍ତୀର୍ଣ୍ଣ ପୁଅଙ୍କ ମା’ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଯାହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ପୁଅ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମା’ ପରିବା ବିକ୍ରି କରୁଥିବା ସ୍ଥାନକୁ ଚାଲିଚାଲି ଯାଉଛନ୍ତି। ପୁଅକୁ ହଠାତ ଦେଖି ମା’ ଆଶ୍ଚର୍ଯ୍ୟ ହୋଇ ଆସିବାର କାରଣ ପଚାରିଥିଲେ। ଏହାପରେ ପୁଅ ମା’କୁ କହିଥିଲେ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି। ପୁଅ ମୁହଁରୁ ଏହି ଖୁସି ଖବର ଶୁଣିବା ପରେ ମା’ ଭାବବିହ୍ବଳ ହୋଇପଡ଼ିଥିଲେ। କାରଣ ଅନେକ କଷ୍ଟ କରି ସେ ପୁଅକୁ ପାଠପଢ଼ାଇ ଆସୁଛନ୍ତି।
ଉତ୍ତୀର୍ଣ୍ଣ ଛାତ୍ର ଯୋଗେଶ କହିଛନ୍ତି, "ମୁଁ ସିଏ ପରୀକ୍ଷା ଫଳାଫଳକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିଲି। ଫଳାଫଳ ଆସିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ ହୋଇ ଯାଇଥିଲି। ଭାବିଥିଲି ଏ ଖୁସି ଖବର ମା’କୁ ଫୋନ କରି କହିଦେବି। କିନ୍ତୁ ମନ କହିଥିଲା ତା ପାଖକୁ ଯାଇ ଜଣାଇବି। ଏହାପରେ ମୁଁ ସଙ୍ଗେସଙ୍ଗେ ପନିପରିବା ବିକ୍ରି କରୁଥିବା ମା' ପାଖକୁ ଦୌଡ଼ି ଯାଇ ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ଦେଇଥିଲି। ମୋର କିଛି ସାଙ୍ଗମାନେ ଏ ସମୟ ଭିଡିଓକୁ ରେକର୍ଡ କରିଥିଲେ। ପରେ ଏହାକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଭାଇରାଲ ହୋଇଯାଇଛି ବୋଲି ମୁଁ ଜାଣି ନଥିଲି।’
योगेश, तुझा अभिमान आहे.
डोंबिवली पूर्व येथील गांधीनगर मधील गिरनार मिठाई दुकानाजवळ भाजी विकणाऱ्या ठोंबरे मावशींचा मुलगा योगेश चार्टर्ड अकाऊंटंट (C.A.) झाला.
निश्चय, मेहनत आणि परिश्रमांच्या बळावर योगेशने खडतर परिस्थितीशी तोंड देत हे दैदीप्यमान यश मिळवलं आहे. त्याच्या या… pic.twitter.com/Mf8nLV4E61
— Ravindra Chavan (@RaviDadaChavan) July 14, 2024
ଭିଡିଓ ଭାଇରାଲ ହେବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ ଏବଂ ମନ୍ତ୍ରୀ ରବିନ୍ଦ୍ର ଚହ୍ବାଣ ଯୋଗେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।