ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ସଂପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ଲୋକସଭା ସାଂସଦ ଏମ୍ ଶ୍ରୀନିବାସୁଲୁ ରେଡ୍ଡିଙ୍କ ପୁଅ ରାଘବ ମଗୁଣ୍ଟାଙ୍କୁ ଗିରଫ କରିଛି। ରାଘବଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି ବୋଲି ଆଜି ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଘବଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ୧୦ ଦିନ ପାଇଁ ଇଡି ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଇଡି ପୂର୍ବରୁ ପଂଜାବର ପୂର୍ବତନ ଅକାଳୀ ବିଧାୟକ ଦୀପ୍ ମାଲହୋତ୍ରାଙ୍କ ପୁଅ ଗୌତମ ମାଲହୋତ୍ରା ଏବଂ ଏକ ବିଜ୍ଞାପନ କମ୍ପାନିର ନିର୍ଦ୍ଦେଶ ରାଜେଶ ଯୋଶୀଙ୍କୁ ଚଳିତ ସପ୍ତାହରେ ଗିରଫ କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp