ନୂଆଦିଲ୍ଲୀ: ଦେଶର ରାଜଧାନୀରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ବାପ-ପୁଅର ସମ୍ପର୍କରେ ଏକ ସନ୍ଦେହ ସୃଷ୍ଚି କରିଦେବ । ଆଉ ଖବରଟି ପଢିଲା ପରେ ଆପଣ ବି କହିବେ ଇଏ ବାପ ନା ସୈତାନ । ଏଇ ସାମାନ୍ୟ କଥାରେ ପିଲାଟାକୁ ମାରିଦେଲା.. ଛି ଛି..
ହଁ ଆଜ୍ଞା, ଦିଲ୍ଲୀ ସାଗରପୁର ଅଞ୍ଚଳରୁ ଆସିଛି ଏଭଳି ଏକ ଖବର ଯେଉଁଠି ୧୦ ବର୍ଷର ପୁଅ ବର୍ଷାରେ ଖେଳିବାକୁ ଜିଦ୍ କରିବାକୁ ବାପା ତାକୁ ହତ୍ୟା କରିଛି । ସୂଚନା ଅନୁସାରେ ବାହାରେ ବର୍ଷା ହେଉଥିବା ଦେଖି ୧୦ ବର୍ଷର ବାଳକ ବାହାରେ ବର୍ଷାରେ ଭିଜି ଭିଜି ଖେଳିବାକୁ ଜିଦ କରିଥିଲା । ହେଲେ ବାପା ତାକୁ ମନା କରିଥିଲେ । ମାତ୍ର ପିଲାଟି ପୁଣି ଜିଦ କରିଥିଲା, ବାରମ୍ବାର ବାପା ମନାକରିବା ପରେ ପୁଅ ପୁଣି ଯେତେବେଳେ ବର୍ଷାରେ ଖେଳିବାକୁ ଅଡି ବସିଲା ସେତେବେଳେ ବାପାର ରାଗ ପଞ୍ଚମ ହେଲା ଆଉ ସିଏ ବ୍ରହ୍ମଚଣ୍ଡାଳ ପାଲଟି ଯାଇ ରୋଷେଇ ଘରେ ଥିବା ଛୁରୀ ଆଣି ପୁଅ ଦେହରେ ଭୁଷି ଦେଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/30/bapa-2025-06-30-13-23-40.jpg)