ଇଣ୍ଡିଆନ ଆଇଡଲ୍‌ରେ ଜଜ୍‌ ଚେୟାର୍‌ରେ ଅନୁ ଥିବାରୁ ସୋନା ମହାପାତ୍ର କ୍ଷୁବ୍ଧ

ମୁମ୍ବାଇ : ଦେଶର ଅନ୍ୟତମ ଲୋକପ୍ରିୟ ସଂଗୀତଭିତ୍ତିକ ରିଅଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ର ଜଜ୍‌ ଚେୟାର୍‌ରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଗତବର୍ଷ ସୋନାଙ୍କ # ମି ଠୁ’ ଅଭି‌େଯାଗ ପରେ ଅନୁଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ‌ ଅନୁଙ୍କୁ ପୁଣିଥରେ ଜଜ୍‌ ଆସନରେ ବସାଯାଇଥିବାରୁ ଟ୍ବିଟ୍‌ର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଚ୍ୟାନେଲ୍‌ ସୋନୀ ପିକ୍‌ଚର୍ସ , ସୋନୀ ଇଣ୍ଟର୍‌ଟେନ୍‌ମେଣ୍ଟକୁ ପ୍ରଶ୍ନ କରିବା ସହିତ ଅନୁଙ୍କୁ ହଟାଇବା ପାଇଁ ପରୋକ୍ଷରେ ପରାମର୍ଶ ବି ଦେଇଛନ୍ତି ସୋନା।

ଟ୍ବିଟର୍‌ରେ ସୋନା କହିଛନ୍ତି ଯେ, ‘ ଏହା ଆପଣଙ୍କ ନିକଟରେ ଠିକ୍‌ କାର୍ଯ୍ୟ କରିବା ପାଇଁ ଏକ ସୁଯୋଗ ଏବଂ ଦେଖାଇଦିଅ ଯେ ସବୁକିଛି ଟଙ୍କା ଓ ଖ୍ୟାତି ପାଇଁ ଉଦ୍ଦିଷ୍ଟ ନୁହେଁ। ଭାରତବର୍ଷ କେବେହେଲେ ଏହି ଶକ୍ତିଶାଳୀ ଗୋଷ୍ଠୀ ହାତରେ ଆମ ସମାଜକୁ ବରବାଦ କରିବାକୁ ଦେବନାହିଁ । ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ ଭଳି ଦେଶରେ ସେମାନେ କେବେହେଲେ ଏହିଭଳି କାର୍ଯ୍ୟ କରିବାକୁ ସାହସ କରିବେନି। ହେ‌େଲ, ଭାରତରେ ସବୁକିଛି ଚଳୁଛି ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ସୋନା।

ପ୍ରକାଶଥାଉକି, ଏହି ଶୋ’ରେ ଅନୁ ମଲ୍ଲିକଙ୍କ ସହିତ ବିଶାଲ ଦଦଲାନୀ, ନେହା କକ୍କଡ ଜଜ୍‌ ରହିଛନ୍ତି। କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଆଦିତ୍ୟ ନାରାୟଣ।

ସମ୍ବନ୍ଧିତ ଖବର