କୋଲକାତା: କୋଳକାତାର ପ୍ରସିଦ୍ଧ ନାଲିବତୀ ଅଞ୍ଚଳ ସୋନାଗାଚ୍ଛି କେବଳ ଦେହ ବ୍ୟବସାୟୀଙ୍କ ପାଇଁ ନୁହେଁ, ଏଣିକି ଅନ୍ୟ କାରଣ ପାଇଁ ବିନିଜର ପରିଚୟ ସୃଷ୍ଟି କରିବ। ଏଠାରେ ହଜାର ହଜାର ମହିଳା ଦେହ ବ୍ୟବସାୟ କରିଥାନ୍ତି। ସହରର ସବୁଠାରୁ ବଡ଼ ରେଡ୍ ଲାଇଟ୍ ଅଞ୍ଚଳ ଏବେ ପ୍ରଥମ କରି ଏକ ମହିଳା ଫୁଟ୍ବଲ୍ ଦଳ ଗଠନ କରିବାକୁ ଯାଉଛି। ଏହି ନୂତନ ଦଳର ପ୍ରଶିକ୍ଷଣ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ।
ଏହି ନିଆରା କାର୍ଯ୍ୟ କରିବାର ଦାୟିତ୍ୱ ନେଇଛି ଦୁର୍ବାର ମହିଳା ସମନ୍ଵୟ କମିଟି। ଏହି କମିଟି ଦେହଜୀବୀମାନଙ୍କ ଅଧିକାର ପାଇଁ ଲଢ଼େଇ କରିଥାଏ।
ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଥମ ଥର ପାଇଁ ଭାରତର ସବୁଠାରୁ ବଡ଼ ‘ରେଡ୍ ଲାଇଟ୍ ଏରିଆ’ କୋଲକାତାର ସୋନାଗାଚ୍ଛିିରେ ଦେଖିବାକୁ ମିଳିଥିଲା ଭଳି ଭଳି ରଂଗ ବେରଂଗର କାରୁକାର୍ଯ୍ୟ। ସୋନାଗାଚ୍ଛିର କାନ୍ଥବାଡ଼ରୁ ନେଇ ଭୂଇଁ ପର୍ଯ୍ୟନ୍ତ ଆଦି ଅନେକ ସ୍ଥାନରେ ଫୁଟ୍ବଲ୍ ଖେଳାଳିଙ୍କଠାରୁ ଆରମ୍ଭ କରି ଫୁଟ୍ବଲ୍ ଖେଳ ସଂକ୍ରାନ୍ତୀୟ ଚିତ୍ର ସବୁ ଦେଖିବାକୁ ମିଳିଥିଲା।
ଫୁଟ୍ବଲ୍ ଖେଳର ଖୁସି ମନାଇବା ପାଇଁ ଏମାନେ ନାନା ରଂଗରେ ଚିତ୍ରଣ କରିଥିଲେ। ସୋନାଗାଚ୍ଛି କାନ୍ଥରେ ବ୍ରାଜିଲ୍ର ଚିତ୍ର ସହ ନେୟମାର୍ ଓ କୋଉଠିନ ଆଦିର ପୋଷ୍ଟର୍ କରାଯାଇଥିଲା।
ଇଣ୍ଟେରିୟାର୍ ଡିଜାଇନର୍ ସୁଭମ୍ ରୟ କହିଥିଲେ, ‘ଉତ୍ତର କୋଲକାତାର ପ୍ରାୟତଃ ସମସ୍ତ ରାସ୍ତା ଚିତ୍ରରେ ଭର୍ତ୍ତି ହୋଇ ଯାଇଛି। ସେହି ଅଞ୍ଚଳର ଫଟୋଗୁଡ଼ିକ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।