ନୂଆଦିଲ୍ଲୀ : ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗତଙ୍କ ପରିବାର ସଦସ୍ୟଙ୍କ ଅନୁମତିକ୍ରମେ ଆଜି ଗୋଆ ହସ୍ପିଟାଲ୍ରେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି। ସୋନାଲିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସୋନାଲିଙ୍କ ରହସ୍ୟଜନକ ମୃତ୍ୟୁରେ ଏକ ନୂଆ ଟ୍ବିଷ୍ଟ୍ ଆଣିଛି। ତାଙ୍କ ଶରୀରରେ ଏକାଧିକ ଗଭୀର ଆଘାତ ଠାବ ହେବାପରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ମଙ୍ଗଳବାର ସକାଳେ ସୋନାଲିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ପରିବାର ସଦସ୍ୟ ଏହାକୁ ଗ୍ରହଣ କରିନଥିଲେ। ସୋନାଲିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଥିଲେ। ସୋନାଲିଙ୍କ ଭାଇ ରିଙ୍କୁ ଢାକା ଏନେଇ ପୁଲିସରେ ଅଭିଯୋଗ କରିବାପରେ ଗୋଆ ପୁଲିସ ଆଜି ସୋନାଲିଙ୍କ ମୃତ୍ୟୁକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାର କିଛି ଘଣ୍ଟା ପୂର୍ବରୁ ଏହି ହତ୍ୟା ମାମଲା ରୁଜୁ ହୋଇଥିଲା। ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସଙ୍ଗୱନ ଏବଂ ତା’ ବନ୍ଧୁ ସୁଖୱିନ୍ଦର ୱାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ମାମଲା ରୁଜୁ ହୋଇଛି।
ସୋନାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ
/sambad/media/post_attachments/wp-content/uploads/2022/08/sonali-phogat-1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)