ନୂଆଦିଲ୍ଲୀ : ମେଘାଳୟ ହନିମୁନ୍ ହତ୍ୟାକାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା। ମଧ୍ୟପ୍ରଦେଶର ସୋନମ୍ ରଘୁବଂଶୀ ସ୍ବାମୀ ରାଜା ରଘୁବଂଶୀଙ୍କୁ ହନିମୁନ୍ରେ ଯାଇଥିବା ସମୟରେ ସୁପାରି କିଲର ଲଗାଇ ହତ୍ୟା କରିଛି। ଆଜି ଏହି କଥା ନିଜେ ସୋନମ୍ ସ୍ବୀକାର କରିଛି। ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଆଗରେ ସୋନମ୍ ସ୍ବାମୀଙ୍କ ସହ ହନିମୁନ୍ରେ ଯିବା ସମୟରେ ହତ୍ୟା ଯୋଜନା କରିଥିବା ସ୍ବୀକାର କରିଛି ଏବଂ ଭାଙ୍ଗି ପଡ଼ିଛି। ପ୍ରେମିକ ରାଜ୍ କୁଶୱାହା ସହଯୋଗରେ ସେ ଏହି କାର୍ଯ୍ୟ କରିଥିବା କହିଛି। ଦିନକ ପୂର୍ବରୁ ରାଜ୍ କୁଶୱାହ ମଧ୍ୟ ଏହି କଥା ସ୍ବୀକାର କରିଥିଲା। ସୂଚନାଯୋଗ୍ୟ, ସୋନମ୍କୁ ଅତ୍ୟନ୍ତ ରହସ୍ୟମୟ ଭାବେ ସିଲଂଠାରୁ ୧୩୦୦ କିମି ଦୂରରେ ଉତ୍ତରପ୍ରଦେଶର ଗାଜିପୁରଠାରେ ସୋମବାର ଠାବ କରାଯାଇଥିଲା। ସେ ସମୟରେ ସେ ଡକାୟତିର ଶିକାର ହୋଇଛି ବୋଲି ଜଣାଇବାକୁ ଚେଷ୍ଟା କରିଥିଲା। ସୋନମ୍ ଆଜି ମଧ୍ୟ ଜେରା ସମୟରେ ଡକାୟତିର ଶିକାର ହୋଇଥିବା କହିଥିଲା। କିନ୍ତୁ ସିଲଂ ପୁଲିସ ଏସ୍ଆଇଟି ସୋନମ୍ର ଅପରାଧ ପରେ ହତ୍ୟାକାରୀଙ୍କ ସହ ଭେଟୁଥିବାର ସିସିଟିଭି ଫୁଟେଜ୍ ଦେଖାଇବା, ତା’ର କଲ୍ ରେକର୍ଡ, ଏକ ରେନକୋର୍ଟ ଓ ଅପରାଧ ସ୍ଥଳରୁ ଏକ ରକ୍ତ ଛିଟା ଲାଗିଥିବା ସାର୍ଟ ପ୍ରମାଣ ଭାବେ ଉପସ୍ଥାପନ କରିବାପରେ ସୋନମ୍ ନିଜ ଅପରାଧ ସ୍ବୀକାର କରି କାନ୍ଦି ପକାଇଥିଲା । ସିଲଂ ଏସ୍ପି ବିବେକ କହିଛନ୍ତି, ସୋନମ୍ ବିରୋଧରେ ଆମ ନିକଟରେ ବଳିଷ୍ଠ ପ୍ରମାଣ ରହିଛି ଯାହା କି ହତ୍ୟା ମାମଲାରେ ତା’ର ସମ୍ପୃକ୍ତି ଥିବା ପ୍ରମାଣ କରିଦେଇଛି।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୦ ତାରିଖରେ ସୋନମ୍ର ପ୍ରେମିକ ରାଜ୍ କୁଶୱାହା ଏବଂ ଅନ୍ୟ ୩ ସୁପାରି କିଲର ବିଶାଲ ସିଂହ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁମ୍ରି ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ଥିବା ସ୍ବୀକାର କରିଥିଲେ। ଏସିପି ପୁନମ ଚାନ୍ଦ ଯାଦବ କହିଛନ୍ତି, ଅଭିଯୁକ୍ତମାନେ କେବଳ ହତ୍ୟା କରିଥିବା ସ୍ବୀକାର କରିନାହାନ୍ତି ବରଂ କହିଛନ୍ତି ଯେ ରାଜାଙ୍କ ପତ୍ନୀ ଅପରାଧ ସ୍ଥଳରେ ଥିଲା ଏବଂ ନିଜ ସ୍ବାମୀଙ୍କୁ ନିଜ ଆଖି ଆଗରେ ଛଟପଟ ହୋଇ ମରୁଥିବା ଦେଖିଥିଲା।
ସୋନମ୍ ଓ ରାଜା ମେ’ ୧୧ ତାରିଖରେ ଇନ୍ଦୋରରେ ବିବାହ କରିଥିଲେ ଏବଂ ସେମାନେ ମେଘାଳୟକୁ ହନିମୁନ୍ରେ ଯାଇଥିଲେ। ମେ’ ୨୩ ତାରିଖରେ ସେମାନେ ନୋଙ୍ଗ୍ରିଆଟ୍ ଗ୍ରାମରେ ରହୁଥିବା ଏକ ହୋଟେଲ୍ରୁ ଚେକଆଉଟ୍ କରିଥିଲେ। ଏହାର ୧୦ ଦିନ ପରେ ରାଜାଙ୍କ ମର ଶରୀର ୨୦୦ ଫୁଟ ଗଭୀର ଖାଇରୁ ମିଳିଥିଲା।
ହନିମୁନ୍ ହତ୍ୟା ଯୋଜନା କରିଥିବା ସ୍ବୀକାର କଲା ସୋନମ୍, ସ୍ବାମୀ ଛଟପଟ ହୋଇ ମରିବା ଦେଖିଥିଲା
ମେଘାଳୟ ହନିମୁନ୍ ହତ୍ୟାକାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା। ମଧ୍ୟପ୍ରଦେଶର ସୋନମ୍ ରଘୁବଂଶୀ ସ୍ବାମୀ ରାଜା ରଘୁବଂଶୀଙ୍କୁ ହନିମୁନ୍ରେ ଯାଇଥିବା ସମୟରେ ସୁପାରି କିଲର ଲଗାଇ ହତ୍ୟା କରିଛି।
/sambad/media/media_files/2025/06/12/rgYGmqioMIOHdnkKSbxk.jpg)