ସିଲଂ: ମେଘାଳୟର ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ଏବଂ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ ହତ୍ୟା ମାମଲାର ସତ୍ୟକୁ ଉନ୍ମୋଚନ କରିଛି। ସୋନମଙ୍କୁ ନେଇ ସିଲଂ ପୁଲିସ୍ ଗୋଟାଏ ପରେ ଗୋଟାଏ ରାଜ୍ ଉପରୁ ପରଦା ହଟାଇବାରେ ଲାଗିଛି। ସୋନମଙ୍କ ପରିବାର ଲୋକଙ୍କ ସହ କଥା ହେବକୁ ପୁଲିସ୍ ତାଙ୍କ ଘରେ ପହଞ୍ଚିଛି।
ପୁଲିସ୍ ସେଠାରେ ପହଞ୍ଚି ଏକ ବନ୍ଧ ଘରେ ସୋନମଙ୍କ ମାଆ, ବାପା ଓ ଭାଇ ଗୋବିନ୍ଦଙ୍କୁ ଜେରା କରିଛି। ଜାଣିବାକୁ ମିଳିଛି ଯେ ପୁଲିସ୍ ସେଠାରେ ଏକ ସୁଟ୍କେସ୍ର ଯାଞ୍ଚ୍ କରିଛି। ସିଲଂ ପୁଲିସ୍ ଇନ୍ଦୋର୍ରେ ହିଁ ସେହି କଳା ବ୍ୟାଗ୍ର ଯାଞ୍ଚ୍ କରିଛି। ଯାହାକୁ ଧରି ସୋନମ ହତ୍ୟାକାଣ୍ଡ ପରେ ସୋନମ ଇନ୍ଦୋର ଫେରି ଆସିଥିଲେ। ତେବେ ସେହି କଳା ବ୍ୟାଗ୍ ଭିତରୁ ପୁଲିସ୍କୁ ସେପରି କୌଣସି ସୁରାଗ୍ ପାଇପାରିନାହିଁ।
ମେଘାଳୟ ପୁଲିସ ଏହି ହତ୍ୟାକାଣ୍ଡକୁ 'ଅପରେସନ୍ ହନିମୁନ୍' ନାମରେ ନାମିତ ରିଛି। ତଦନ୍ତରୁ ଜଣାପଡିଛି ଯେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ୍ ରଘୁବଂଶୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ, ଯିଏ ତାଙ୍କ ପ୍ରେମିକ ରାଜ କୁଶୱାହା ଏବଂ ତିନି ଜଣ କଣ୍ଟ୍ରାକ୍ଟ କିଲର୍ ବିଶାଲ ସିଂହ ଚୌହାନ, ଆନନ୍ଦ କୁର୍ମି ଏବଂ ଆକାଶ ରାଜପୁତଙ୍କ ସହିତ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ଏହି ହତ୍ୟାକାଣ୍ଡ ୨୦୨୫ ମଇ ୨୩ ତାାରିଖରେ ସିଲଂର ସୋହରା ଅଞ୍ଚଳରେ ଥିବା ଜଳପ୍ରପାତ ନିକଟରେ ଘଟିଥିଲା। କ୍ରାଇମ ସିନ୍ ରିକ୍ରିଏସନ୍ ଅନୁସାରେ, ବିଶାଳ ରାଜାଙ୍କ ମୁଣ୍ଡକୁ ପଛରୁ ପ୍ରଥମେ ଘାତକ ଆକ୍ରମଣ କରିଥିଲେ, ଯାହା ପରେ ରାଜା ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡ଼ି ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଥିଲେ। ଘଟଣାସ୍ଥଳରୁ ଉଠିବାକୁ ଚେଷ୍ଟା କରିଥିଲେ। ଚାରିଆଡକୁ ଅନାଇଥିଲେ। ବଞ୍ଚିବା ପାଇଁ ରାହା ଖୋଜିଥିଲେ।
ଏହି ସମୟରେ ସ୍ତ୍ରୀ ସୋନମ୍ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ, କିନ୍ତୁ ସ୍ବାମୀଙ୍କ ଉପରେ ପ୍ରଥମ ଆକ୍ରମଣ ପରେ ସେ ପଛକୁ ହଟିଯାଇଥିଲେ। ଏହା ପରେ, ଆନନ୍ଦ ଏବଂ ଆକାଶ ରାଜାଙ୍କ ଉପରେ ଆଉ ଦୁଇଥର ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତିନିଜଣ ଅଭିଯୁକ୍ତ ମିଶି ରାଜାଙ୍କ ମୃତଦେହକୁ ଘଟଣାସ୍ଥଳରୁ କିଛିଦୂରରେ ଥିବା ଏକ ନାଳରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/19/new-project-3-2025-06-19-10-34-46.jpg)