ଲକ୍ଷ୍ନୌ:ବ୍ୟବସାୟୀ ରାଜା ରଘୁବଂଶୀ ଓ ତାଙ୍କ ଧର୍ମପତ୍ନୀ ସୋନମ ରଘୁବଂଶୀ ବିବାହର କିଛିଦିନ ପରେ ମେଘାଳୟର ରାଜଧାନୀ ସିଲଂକୁ ହନିମୁନ ପାଇଁ ଯାଇଥିଲେ।
ଏହି ସମୟରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହ ମିଶି ରାଜାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ବାମୀ ହତ୍ୟା ଘଟଣାରେ ପୁଲିସ ସୋନମଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରି ଜେଲକୁ ପଠାଇ ଦେଇଛି।
ସୋନମ ରଘୁବଂଶୀ ଜୁନ୍ ୨୧ ତାରିଖରୁ ଜେଲରେ ଥିବା ବେଳେ ଆଜିକୁ ଅର୍ଥାତ ଜୁଲାଇ ୨୧ତାରିଖକୁ ତାଙ୍କର ଜେଲରେ ରହିବା ମାସେ ପୂରି ଯାଇଛି।
ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ, ଜୁନ ୨୧ ତାରିଖରୁ ସୋନମ ଜେଲରେ ଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ଭେଟିବାକୁ ତାଙ୍କ ବାପା,ଭାଇ, ମାଆ କି ଅନ୍ୟ କୌଣସି ପରିଚିତ ବ୍ୟକ୍ତି ଆସି ନାହାନ୍ତି। ଏନେଇ ସୋନମଙ୍କ ମନରେ କୌଣସି ପ୍ରକାର ଦୁଃଖ ନାହିଁ। ସେ ଜେଲରେ ରହିବା ଦିନ ଠାରୁ କେବେବି ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ କାହାରିକୁ କିଛି ପଚାରି ନାହାନ୍ତି।
ସୋନମଙ୍କୁ ଜେଲରେ ଅନ୍ୟ ମହିଳା କଏଦୀମାନଙ୍କ ସହିତ ରଖାଯାଇଛି । ଜେଲ ଭିତରେ ମାସେ ବିତି ଯାଇଥିଲେ ସୁଦ୍ଧା ସୋନମ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟ ମହିଳା କଏଦୀ କିମ୍ବା ଜେଲ ପ୍ରଶାସନ ସହିତ କୌଣସି ପ୍ରକାର ଆଲୋଚନା କରି ନାହାନ୍ତି।
ବର୍ତ୍ତମାନ ସୋନମଙ୍କୁ ଜେଲ ଭିତରେ କୌଣସି ବିଶେଷ କାର୍ଯ୍ୟ ଦିଆଯାଇ ନାହିଁ, କାରଣ ସେ ଏବେ ବି ଜଣେ ବିଚାରାଧୀନ କଏଦୀ ଭାବେ ଅଛନ୍ତି। । ସିସିଟିଭି କ୍ୟାମେରା ମାଧ୍ୟମରେ ସୋନମଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି।
ଜେଲ ନିୟମ ଅନୁଯାୟୀ, ସୋନମଙ୍କ ପାଖରେ ଟିଭି ଦେଖିବାର ସୁବିଧା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଏବଂ କଥା ହେବାର ଅନୁମତି ମଧ୍ୟ ଅଛି। ଏହା ସତ୍ତ୍ବେବି ଆଜି ପର୍ଯ୍ୟନ୍ତ ତାଙ୍କୁ ଭେଟିବାକୁ କେହି ଆସିନାହାଁନ୍ତି କି କେହି ତାଙ୍କ ସହିତ ଫୋନରେ ବି କଥା ହୋଇନାହାଁନ୍ତି। ସୋନମ ବି ତାଙ୍କ ପରିବାର ସହିତ କଥା ହେବାାକୁ ନେଇ ମାସକ ଭିତରେ ଥରଟେ ହେଲେ ଇଚ୍ଛା ପ୍ରକାଶ କରି ନାହାନ୍ତି।