ଲେହ: ଲଦାଖ ହିଂସା ମାମଲାରେ ସାମାଜିକ କର୍ମୀ ସୋନମ୍ ୱାଙ୍ଗ୍‌ଚୁକ୍‌ଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଥିଲା। ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ତାଙ୍କୁ ଅପରାହ୍ଣ ପ୍ରାୟ ୨ଟା୩୦ରେ ଗିରଫ କରି ଏକ ଅଜଣା ସ୍ଥାନରେ ରଖାଯାଇଥିଲା। ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଗିରଫଦାରୀ ହୋଇଥିଲା। ଲଦାଖ ଡିଜିପି ଏସ୍.ଡି. ସିଂହ ଜାମୱାଲଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି। ଗିରଫ ପରେ ଏବେ ତାଙ୍କୁ ଯୋଧପୁର ଜେଲ୍‌କୁ ପଠାଯାଇଥିବା ଜଣାଯାଇଛି।

Advertisment

ଲେହ ବିମାନବନ୍ଦରରେ ଆବଶ୍ୟକୀୟ ଔପଚାରିକତା ସମାପ୍ତ କରିବା ପରେ, ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଯୋଧପୁର ଅଣାଯାଇଥିଲା। ଯୋଧପୁରରେ ପହଞ୍ଚିବା ପରେ, ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ନିଆଯାଇଥିଲା। ସୋନମ ୱାଙ୍ଗଚୁକଙ୍କ ଡାକ୍ତରୀ ପରୀକ୍ଷା ସମାପ୍ତ ହୋଇଛି। ତାଙ୍କୁ ଏକ ଉଚ୍ଚ ସୁରକ୍ଷା ୱାର୍ଡରେ ରଖାଯିବା ସହ ୨୪ ଘଣ୍ଟା ସିସିଟିଭି ନଜର ରଖାଯାଇଛି।

ଗୁରୁବାର ୱାଙ୍ଗଚୁକ୍‌ଙ୍କ ଏନ୍‌ଜିଓ ‘ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ କଲ୍‌ଚରାଲ୍ ମୁଭ୍‌ମେଣ୍ଟ ଅଫ୍ ଲଦାଖ’ (ଏସ୍‌ଇସିଏମ୍‌ଓଏଲ୍‌)ର ଲାଇସେନ୍ସ ବିଦେଶୀ ଅନୁଦାନ ନିୟମ (ଏଫ୍‌ସିଆର୍‌ଏ) ଉଲ୍ଲଂଘନ ଅଭିଯୋଗରେ ରଦ୍ଦ କରାଯାଇଥିଲା। ଏହା ପରେ ଶୁକ୍ରବାର ୱାଙ୍ଗଚୁକ୍‌ଙ୍କ ଗିରଫ ପରେ ସମଗ୍ର ଲଦାଖରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଇଣ୍ଟରନେଟ୍‌ ସେବା ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ପରିସ୍ଥିତିକୁ ଦେଖି ଏବେ ଲେହରେ କର୍ଫ୍ୟୁ ବଳବତ୍ତର ରହିଛି।

sonam-wangchuk | Ladakh | NSA