ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ ରାଜାଙ୍କ ଭାଇ ବିପିନ ରଘୁବଂଶୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ରାଜାଙ୍କ ମୃତ୍ୟୁ ପରେ ଭାଇ ବିପିନ ପୁଲିସ ନିକଟରେ କାନ୍ଦିକାନ୍ଦି କହିଛନ୍ତି, ‘ ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲା। ଯଦି ସେ ତାଙ୍କର ବିବାହ କରାନ୍ତି, ତେବେ ପରିଣାମ ଭଲ ହେବନାହିଁ। ସୋନମର ପରିବାର ରାଜ କୁଶୱାହାଙ୍କ ସହ ଚାଲିଥିବା ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ଏହାପରେ ସେମାନେ ସବୁକିଛି ଲୁଚାଇ ମୋ ଭାଇ ରାଜାଙ୍କ ସହ ସୋନମର ବିବାହ କରାଇ ଦେଇଥିଲେ। ଭାଇର ମୃତ୍ୟୁ ପରେ ମୁଁ ଏବେ ଏ ବିଷୟରେ ଜାଣିବାକୁ ପାଇଛି।