ସୋମବାର ସୋନିଆ-ପାୱାର ସାକ୍ଷାତ

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆସନ୍ତା ସୋମବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନର ରାଜନୈତିକ ସ୍ଥିତି ପରିପ୍ରେକ୍ଷୀରେ ଏହି ଦୁଇ ରାଜନେତାଙ୍କ ସାକ୍ଷାତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ତେବେ ଏହି ଦୁଇ ନେତା ଦେଶର ଅର୍ଥନୀତି ସଂକ୍ରାନ୍ତରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଥିବା‌ ବେଳେ ବିଜେପିକୁ ମହାରାଷ୍ଟ୍ରରେ କ୍ଷମତାରୁ ହଟାଇବାପାଇଁ ଶିବସେନାକୁ ସହଯୋଗର ହାତ ବଢ଼ାଇବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର