ସୋନିଆ ଓ ରାହୁଲ୍‌ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ଆଦୌ ହସ୍ତକ୍ଷେପ କରିନାହାନ୍ତି: ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଏ.କେ.ଆଣ୍ଟୋନି

ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଦଲାଲ୍‌ ଖ୍ରୀଷ୍ଟିଆନ୍‌ ମିସେଲ୍‌ ଶନିବାର ଜେରା ସମୟରେ ‘ଶ୍ରୀମତୀ ଗାନ୍ଧି’ ଓ ‘ବିଗ୍‌ ମ୍ୟାନ୍‌ ଆର୍‌’ ଲାଞ୍ଚ ଦିଆନିଆରେ ସଂପୃକ୍ତ ବୋଲି କହିଥିବା ଇଡି ପକ୍ଷରୁ ପ୍ରକାଶ କରାଯାଇଥଲା। ଏହା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସଂପୃକ୍ତିକୁ ଇଙ୍ଗିତ କରିଛି। ଏହାପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରାଯାଇଛି। ଏହାର ସଫେଇ ଦେଇ ସୋମବାର ୟୁପିଏ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଏ.କେ. ଆଣ୍ଟୋନି କହିଛନ୍ତି କି ସୋନିଆ ଓ ରାହୁଲ କୌଣସି ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ହସ୍ତକ୍ଷେପ କରିନାହାନ୍ତି।

ସୋମବାର ରାଜ୍ୟସଭାରେ ଆଣ୍ଟୋନି ମତ ଦେଇଛନ୍ତିି କି ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୋ କାର୍ଯ୍ୟକାଳରେ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ନିଷ୍ପତ୍ତି କରାଯାଇଥିଲା। ଏକ ସାମରିକ ଅଧିକାରୀ ଓ ବିଶେଷଜ୍ଞ ଦଳର ସୁପାରିସ କ୍ରମେ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର ଲାଗି ଚୁକ୍ତି ହୋଇଥିଲା। ଏଥିରେ ସୋନିଆ ଗାନ୍ଧି କିମ୍ବା ରାହାୁଲ ଗାନ୍ଧିଙ୍କର କୌଣସି ଭୂମିକା ନ ଥିଲା। ଏଥିସହ ସେ ଏକଥା ମଧ୍ୟ କହିଥିଲେ କି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ପୂର୍ବ ପ୍ରତିରକ୍ଷାମନ୍ତ୍ରୀ ତଥା ଅଧୁନା ରାଜ୍ୟସଭା ସାଂସଦ ଥିବା ଏ.କେ.ଆଣ୍ଟୋନି ଏକଥା ମଧ୍ୟ ସୂଚିତ କରିଥିଲେ କି ଦୁର୍ନୀତିର ସିବିଆଇ ତଦନ୍ତ ସହ ଆମେରିକା, ଋଷିଆ ଓ ସିଙ୍ଗାପୁରର କେତେକ ଅସ୍ତ୍ର ଯୋଗାଣକାରୀ ସଂସ୍ଥାକୁ ଆମେ କଳା ତାଲିକାଭୁକ୍ତ କରିଥିଲୁ। ମାତ୍ର ଏବର ଏନ୍‌ଡିଏ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ସମ୍ବନ୍ଧିତ ଖବର