ନୂଆଦିଲ୍ଲୀ: ନିକଟରେ ହରିୟାଣାର କିଛି ମହିଳା ନୂଆଦିଲ୍ଲୀଠାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ରାହୁଲଙ୍କୁ କାହିଁକି ବାହା କରାଉନ ବୋଲି ଶ୍ରୀମତୀ ଗାନ୍ଧିଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସୋନିଆ କହିଥିଲେ, ତୁମେ ତାଙ୍କ ପାଇଁ ଭଲ ପାତ୍ରୀଟିଏ ଠିକ୍ କର। କଂଗ୍ରେସ ଦ୍ବାରା ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଛଡ଼ାଯାଇଥିବା ଏକ ଭିଡ଼ିଓରେ ଜଣେ ମହିଳା ପ୍ରିୟଙ୍କା ଗାନ୍ଧିଙ୍କୁ ପଚାରିଥିଲେ, କିଏ ଅଧିକ ଦୁଷ୍ଟ- ତୁମେ ନା ରାହୁଲ? ଉତ୍ତରରେ ପ୍ରିୟଙ୍କା କହିଥିଲେ- ସେ ଖୁବ୍ ନିରୀହ ଦେଖାଯାନ୍ତି, ଠିକ୍ ନା? କିନ୍ତୁ ସେ ଅଧିକ ଦୁଷ୍ଟ। ଗତ ଜୁଲାଇ ୮ ତାରିଖରେ ରାହୁଲ ଗାନ୍ଧି ହରିୟାଣାର ସୋନିପତ ଯାଇଥିଲେ। ସେତେବେଳେ ସେ କିଛି ମହିଳାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ରାହୁଲ ଗାନ୍ଧି ଉକ୍ତ ମହିଳାମାନେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଆସିଥିବା ସମୟର ଏକ ଭିଡ଼ିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ‘କେତେକ ସ୍ବତନ୍ତ୍ର ଅତିଥିଙ୍କ ସହ ମାଆଙ୍କର, ପ୍ରିୟଙ୍କାର ଓ ମୋର ଏକ ସ୍ମରଣୀୟ ଦିନ। ସୋନିପତର କୃଷକ ଭଉଣୀମାନେ ଆମ ପାଇଁ ଅନେକ ଉପହାର ଆଣି ଆସିଥିଲେ ଏବଂ ସେମାନଙ୍କ ସହ ଅନେକ ମଜାଳିଆ କଥାବାର୍ତ୍ତା ହେଲା। ସେମାନେ ଆମ ପାଇଁ ଦେଶୀ ଘିଅ, ମିଠା ଲସି, ଘରତିଆରି ଆଚାର ଓ ଅନେକ ଭଲପାଇବା ଆଣିଥିଲେ।’ ଘଣ୍ଟାକ ଭିତରେ ୫ ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି ଏବଂ ଅନେକେ ମଜାଳିଆ ମନ୍ତବ୍ୟ ବି ଦେଇଛନ୍ତି।
ରାହୁଲଙ୍କ ପାଇଁ ଝିଅ ଠିକ୍ କରିବାକୁ ହରିୟାଣାର ମହିଳାଙ୍କୁ କହିଲେ ସୋନିଆ
/sambad/media/post_attachments/wp-content/uploads/2023/07/654654sfhsfhsfhsfhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)