ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମାସିକ ୭୫୦୦ ଟଙ୍କା ଦେବାକୁ ଦାବିକଲେ ସୋନିଆ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପଳାୟନ ପ୍ରସଙ୍ଗରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ସମସ୍ତଙ୍କୁ ଦିଶୁଥିଲେ ବି ଏହା ବିଜେପି ଓ ସରକାରଙ୍କ ଆଖିକୁ ଦିଶୁନାହିଁ। ପ୍ରତି ପ୍ରବାସୀ ଶ୍ରମିକଙ୍କ ପରିବାରକୁ ୬ ମାସ ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଲେଖାଏଁ ଦେବାକୁ ସୋନିଆ ଦାବି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ଗୁରୁତର ଆର୍ଥିକ ସଙ୍କଟ ଦେଖାଦେଇଛି।

ପ୍ରବାସୀ ଶ୍ରମିକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଭୋକ ଓପାସରେ ଶହ ଶହ କିମି ରାସ୍ତା ଚାଲୁଛନ୍ତି। ପ୍ରବାସୀଙ୍କ ଦୁଃଖ ଲାଘବ କରିବା ଦିଗରେ ସରକାର ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ। ପ୍ରତି ପ୍ରବାସୀଙ୍କ ପରିବାରକୁ ମାସରୁ ୭୫୦୦ ଟଙ୍କା ଦିଆଯାଉ ଏବଂ ପ୍ରଥମ କିସ୍ତିରେ ସମସ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୋନିଆ କହିଛନ୍ତି। ଶ୍ରମିକମାନଙ୍କୁ ମାଗଣା ଓ ସୁରକ୍ଷିତ ଯାତ୍ରା ସହ ମନରେଗା ଯୋଜନାରେ ୨୦୦ ଦିନ କାମ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର