ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ୩ଟି କମିଟି ଗଠନ କରିଛନ୍ତି। ଅର୍ଥନୀତି, ବୈଦଶିକ ବ୍ୟାପାର ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏହି କମିଟି ୩ଟି ଗଠନ ହୋଇଛି। ଏସବୁ ପ୍ରସଙ୍ଗରେ ବିଚାରବିମର୍ଶ କରି ସୋନିଆଙ୍କୁ କମିଟି ଅବଗତ କରାଇବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୩ଟି ଯାକ କମିଟିର ଅଧ୍ୟକ୍ଷ ରହିଛନ୍ତି। ଅର୍ଥନୈତିକ ପ୍ରସଙ୍ଗରେ ଗଠିତ କମିଟିରେ ପି ଚିଦମ୍ବରମ, ମଲ୍ଲିକାର୍ଜୁନ ଖଡ଼୍ଗେ ଓ ଦିଗ୍ବିଜୟ ସିଂହ ସଦସ୍ୟ ରହିଥିବାବେଳେ ଜୟରାମ ରମେଶ ଆବାହକ ଅଛନ୍ତି। ସେହିଭଳି ବୈଦେଶିକ ବ୍ୟାପାର କମିଟିରେ ଆନନ୍ଦ ଶର୍ମା, ଶଶୀ ଥରୁର୍, କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସଦସ୍ୟ ରହିଛନ୍ତି। ସଲମାନ ଖୁର୍ସିଦ ଏହି କମିଟିର ଆବାହକ ରହିଛନ୍ତି। ଜାତୀୟ ସୁରକ୍ଷା ସଂକ୍ରାନ୍ତ କମିଟିରେ ଗୁଲାମ ନବୀ ଆଜାଦ, ଏମ୍ ବିରାପ୍ପା ମୋଇଲି, ଭି ବୈଥିଲିଙ୍ଗମ୍ ସଦସ୍ୟ ରହିଛନ୍ତି। ସିଲଂର ଲୋକସଭା ସଦସ୍ୟ ଭିନସେଣ୍ଟ ଏଚ ପାଳ ଏହି କମିଟିର ଆବାହକ ରହିଛନ୍ତି। ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେ ସି ଭେନୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅଗଷ୍ଟରେ ଦଳରେ ପୁନର୍ଗଠନ ଦାବି କରି ସୋନିଆଙ୍କୁ ଚିଠି ଲେଖିଥିବା ୨୩ ନେତାଙ୍କ ମଧ୍ୟରୁ ୪ ଜଣଙ୍କୁ ଏସବୁ କମିଟିରେ ରଖାଯାଇଛି। ସେମାନେ ହେଲେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଏମ. ବିରାପ୍ପା ମୋଇଲି ଏବଂ ଶଶୀ ଥରୁର।
ମନମୋହନଙ୍କ ନେତୃତ୍ବରେ ୩ କମିଟି ଗଠନ କଲେ ସୋନିଆ, କମିଟିରେ ସ୍ଥାନ ପାଇଲେ ସପ୍ତଗିରି ଉଲାକା
/sambad/media/post_attachments/wp-content/uploads/2020/02/manmohan-singh3_660_031115013335_121818093429.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)