ନୂଆଦିଲ୍ଲୀ : କରୋନାକାଳୀନ ଲକ୍ଡାଉନ୍ ପରିସ୍ଥିତିରେ ଯେପରି କୌଣସି ଦେଶବାସୀ ଭୋକିଲା ରହି ନଯାଆନ୍ତି, ତାହା ସୁନିଶ୍ଚିତ କରିବାକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏକ ପତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। କରୋନା ମୁକାବିଲା ପାଇଁ ସରକାର ନେଉଥିବା ପଦକ୍ଷେପ ପରିପ୍ରେକ୍ଷୀରେ ଅଳ୍ପ ଦାମ୍ରେ ଶସ୍ୟଦାନା ଯୋଗାଣକୁ ତାରିଫ୍ କରି ସୋନିଆ ଦର୍ଶାଇଛନ୍ତି ଯେ ଏହି ସ୍କିମ୍ଗୁଡ଼ିକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଇ ରଖାଯାଉ। କାରଣ ଆର୍ଥନୀତିକ ଦୁରବସ୍ଥା ସେତେବେଳକୁ ଜଟିଳ ହୋଇଯାଇଥିବ। ଲକ୍ଡାଉନ୍ ଯୋଗୂ ଲକ୍ଷ ଲକ୍ଷ ଲୋକ ସାରା ଦେଶରେ ମୁଠେ ଖାଇବା ପାଇଁ କଲବଲ ହେଉଛନ୍ତି। ମାଗଣାରେ ଖାଦ୍ୟ ଯୋଗାଣ ପାଇଁ ନେଇଥିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଦିଆଯାଉଥିବା ୧୦ କେଜି ଚାଉଳ/ଗହମ ଯୋଜନାକୁ ଆଉ ତିନି ମାସ ବଢ଼ାଯାଉ ଏବଂ ତାହାକୁ ମାଗଣାରେ ଦିଆଯାଉ। ଯେଉଁମାନଙ୍କର ଖାଦ୍ୟ ସୁରକ୍ଷା କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଖାଦ୍ୟଦାନା ଦିଆଯାଉ। ଏହି ପରିସ୍ଥିତି ଖାଦ୍ୟ ସୁରକ୍ଷା ଥିବା ପରିବାରକୁ ମଧ୍ୟ ଖାଦ୍ୟ-ଅସୁରକ୍ଷିତ କରିପକାଇଛି।
ସୁନିଶ୍ଚିତ କରନ୍ତୁ କେହି ଭୋକିଲା ରହିବେନି: ସୋନିଆ
/sambad/media/post_attachments/wp-content/uploads/2019/11/Sonia-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)