୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକାଠି ହେବାକୁ ବିରୋଧୀ ଦଳଙ୍କୁ ଆହ୍ବାନ କଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ବିରୋଧୀ ଦଳମାନଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ସରକାର ଗଠନ ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ ହେବାକୁ ପଡିବ | ସେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ଏକତା ଯୋଗୁଁ ହିଁ ରାଷ୍ଟ୍ର ହିତ ହୋଇପାରିବ ଏବଂ କଂଗ୍ରେସ ଏହାର ପକ୍ଷରୁ ସବୁ ଚେଷ୍ଟା କରାଯିବ । ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର ମଧ୍ୟ ବିରୋଧୀ ଦଳମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ଦେଶର ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ବଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବା ଉଚିତ୍ |

କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳର ନେତାଙ୍କ ଭରଚୁଆଲ ବୈଠକରେ ସୋନିଆ ସଂସଦର ମୌସୁମୀ ଅଧିବେଶନରେ ଦେଖାଯାଇଥିବା ବିରୋଧୀ ଏକତା ବିଷୟରେ କହିଛନ୍ତି ଏବଂ ମୁଁ ନିଶ୍ଚିତ ଯେ ସଂସଦର ପରବର୍ତ୍ତୀ ଅଧିବେଶନରେ ମଧ୍ୟ ଏହି ବିରୋଧୀ ଏକତା ଜାରି ରହିବ। ” କିନ୍ତୁ ବ୍ୟାପକ ରାଜନୈତିକ ଯୁଦ୍ଧ ସଂସଦ ବାହାରେ ଲଢ଼ିବାକୁ ପଡିବ।

ଆଜିର ଏହି ଭରଚୁଆଲ ବୈଠକରେ ୧୯ ଟି ଦଳର ନେତାମାନେ ଯୋଗ ଦେଇଥିଲେ | ଡିଏମକେର ଏମ.କେ ଷ୍ଟାଲିନ, ଟିଏମସିର ମମତା ବାନାର୍ଜୀ, ଜେଏମଏମର ହେମନ୍ତ ସୋରେନ, ଏନସିପିର ଶରଦ ପାୱାର, ଲୋକତନ୍ତ୍ରିକ ଜନତା ଦଳର ଶରଦ ଯାଦବ ଏବଂ ସିପିଆଇ (ଏମ) ର ସୀତାରାମ ୟେଚୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର