ମେଣ୍ଟ ସରକାର ଗଠନ ଲାଗି କଂଗ୍ରେସ ଆରମ୍ଭ କଲା କସରତ : ବିଜୁ ଜନତା ଦଳ, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଆଲୋଚନା ଲାଗି ଡାକିଲେ ସୋନିଆ

ନୂଆଦିଲ୍ଲୀ:  ମେ ୨୩ରେ ସାମ୍ନାକୁ  ଆସିବ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ । ଏହାକୁ ନେଇ ରାଜନୈତକ ବାତବାରଣ ସରଗରମ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ଅଣ-ଏନଡିଏ ଦଳକୁ ନିଜ ଆଡକୁ ଆଣିବାକୁ ଏବେ ଠାରୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।  ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟାଇବା ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଲାଗିଯାଇଛନ୍ତି ।

ସରକାର ଗଢ଼ିବା ପାଇଁ  ଏବଂ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ିଲେଣି ବିରୋଧୀ । ବିରୋଧୀ ଏକତାକୁ ଅଧିକ ସୁଦୃଢ କରିବାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୩ ତାରିଖରେ ୟୁପିଏ ସହଯୋଗୀଙ୍କ ସହ କିଛି ଅଣ-ଏନଡିଏ ଦଳର ବୈଠକ ଡାକିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜୁ ଜନତା ଦଳ, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି । ଭୋଟଗଣତି ଦିନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଛି । ଏନଡିଏକୁ ସଂଖ୍ୟାଗରିଷ୍ଠତା ନ ମିଳିଲେ ଏହି ବୈଠକରେ ରାଜନୈତିକ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରାଯାଇପାରେ ।

www.republicworld.com

ଖବର ଅନୁସାରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଏହି ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଫଳାଫଳ ଆସିବା ପରେ ହିଁ ଦଳ ନିଜର ସ୍ଥିତି ସ୍ପଷ୍ଟ କରିବ । ପୂର୍ବରୁ ମୋଦି ମଧ୍ୟ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିସାରିଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ବିଗତ କିଛି ଦିନ ପୂର୍ବରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ସାକ୍ଷାତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ସୋନିଆ ଗାନ୍ଧୀଙ୍କ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲୋକସଭା ନିର୍ବାଚନ ପାଇଁ ରାଜନୀତି ଅନିଶ୍ଚିତତାକୁ ବୁଝି ମହାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କଡ଼ିରେ ସେ କେରଳ ମୁଖ୍ୟମନ୍ତ୍ରୀ ଓ ମାକପା ନେତା ପୀନରୟ ବିଜୟନଙ୍କୁ ସାକ୍ଷାତ କରି ରାଜନୀତି ଉପରେ ପୂର୍ବରୁ ଚର୍ଚ୍ଚା କରିଛନ୍ତି । ଆଉ ଏପରିସ୍ଥଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ମହାମେଣ୍ଟର  ଜାଲ ବୁଣିବାରେ ଲାଗିଛନ୍ତି । ଆଉ ଏବେ ଉପା ଅଧ୍ୟକ୍ଷା ବୈଠକ ଡାକିବା ପରେ ଜାତୀୟ ରାଜନୀତି ସମୀକରଣ ଜଟିଳ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର