ଇମ୍ରାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ସୋନିଆ, ମନମୋହନ ଦାୟୀ : ବିଜେପି

ନୂଆଦିଲ୍ଲୀ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କାଲି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାରତ ବିରୋଧରେ ଯେତେ କଥା କହିଲେ ସେଥିପାଇଁ କଂଗ୍ରେସକୁ ଦାୟୀ କରିଛି ବିଜେପି । ବିଜେପି ମୁଖପାତ୍ର ସଂବିତ ପାତ୍ର କହିଛନ୍ତି ଯେ ଇମ୍ରାନଙ୍କ ଭାରତ ବିରୋଧୀ ବକ୍ତବ୍ୟ ପାଇଁ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦାୟୀ । ସୋନିଆ, ମନମୋହନ ଓ ତତକାଳୀନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ଏଥିପାଇଁ ଦେଶବାସୀଙ୍କୁ କ୍ଷମାମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

କଂଗ୍ରେସ ସରକାର ଅମଳରେ ଗୃହମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଇମ୍ରାନ ଖାଁ ଗତକାଲି ଜାତିସଂଘ ସାଧାରଣ ପରିଷଦ ବୈଠକରେ କହିଥିଲେ ଯେ ଭାରତରେ ଆରଏସଏସ ପକ୍ଷରୁ ଆତଙ୍କବାଦୀ କ୍ୟାମ୍ପ ଖୋଲାଯାଇ ତାଲିମ ଦିଆଯାଉଛି । ଏହାକୁ ନେଇ କଂଗ୍ରେସ ଏକ ଅସୁବିଧାଜନକ ସ୍ଥିତିରେ ପହଞ୍ଚିଯାଇଛି । ସୂଚନାଯୋଗ୍ୟ ଯେ ସୁଶୀଲ କୁମାର ସିନ୍ଦେ ଗୃହମନ୍ତ୍ରୀ ଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରଥମ ଥର ପାଇଁ  ହିନ୍ଦୁ ଆତଙ୍କବାଦ ଶବ୍ଦର ପ୍ରୟୋଗ କରାଯାଇଥିଲା । ମାଲେଗାଁଓ, ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ପାଇଁ ହିନ୍ଦୁ ଆତଙ୍କବାଦୀଙ୍କୁ ଦାୟୀ କରାଯାଇଥିଲା । ଏହା ପରେ ପି.ଚିଦାମ୍ବରମ ଗୃହମନ୍ତ୍ରୀ ଥିବାବେଳେ ସେ ଏହି ପ୍ରସଙ୍ଗକୁ ଆହୁରି ଆଗକୁ ନେଇଥିଲେ ।

ସମ୍ବନ୍ଧିତ ଖବର