ତିହାର ଜେଲ୍‌ରେ ପି ଚିଦମ୍ବରମ୍‌ଙ୍କୁ ଭେଟିଲେ ସୋନିଆ ଗାନ୍ଧୀ ଓ ମନମୋହନ ସିଂହ

ନୂଆଦିଲ୍ଲୀ: ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜାତୀୟ ରାଜଧାନୀସ୍ଥିତ ତିହାର ଜେଲ୍‌କୁ ଯାଇ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ସମ୍ପୃକ୍ତିର ବିଚାରରେ ସମ୍ମୁଖୀନ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରଙ୍କୁ ଭେଟିଛନ୍ତି। ସେଠାରେ ଚିଦମ୍ବରମଙ୍କୁ ବିଚାରାଧୀନ କଏଦୀ ଭାବେ ବନ୍ଦୀ କରି ରଖାଯାଇଛି।

ପୂର୍ବରୁ ତିହାର ଜେଲ୍‌ ତରଫରୁ କୁହାଯାଇଥିଲା କି, କଂଗ୍ରେସ ନେତାମାନଙ୍କର ସାକ୍ଷାତ୍‌ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ।

ସେପ୍ଟେମ୍ବର ୫ ତାରିଖରୁ ଜେଲ୍‌ରେ ଥିବା ଚିଦମ୍ବରମ୍‌ଙ୍କୁ ନିଜର ସମର୍ଥନ ଜଣାଇବାକୁ ସୋନିଆ ଓ ମନମୋହନ ତାଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ।

Image Source: India Today

ଏଯାବତ୍‌ ଚିଦମ୍ବରମ୍‌ ଅଦାଲତରୁ କୌଣସି ଆଶ୍ୱସ୍ତି ପାଇନାହାନ୍ତି। ସୋମବାର ଦିନ ତାଙ୍କ ଆବେଦନର ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର