ନୂଆଦିଲ୍ଲୀ: ସିମଲା ଗସ୍ତରେ ଯାଇଥିବା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କ ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଗାଡ଼ିିରେ ଚଣ୍ଡିଗଡ଼ ଅଣାଯାଇଥିିଲା। ପରେ ତାଙ୍କୁ ଏକ ସ୍ୱତନ୍ତ୍ର ବିମାନଯୋଗେ ନୂଆଦିଲ୍ଲୀ ଅଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରିୟଙ୍କା ଗାନ୍ଧୀଙ୍କର ସିମଲାରେ ଘର ନିର୍ମାଣ ହେଉଛି। ଏଥିପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଦିନ ସିମଲା ଯାଇଥିଲେ। ସମ୍ପୂର୍ଣ୍ଣ ଘରୋଇ ଗସ୍ତରେ ସିମଲା ଯାଇଥିବା ସୋନିଆ ଗାନ୍ଧୀ ହଠାତ ସିମଲାର ଥଣ୍ଡା ପବନରେ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଦିଲ୍ଲୀ ଅଣାଯିବା ଜରୁରି ହୋଇ ପଡ଼ିଥିଲା। ମାତ୍ର ସେତେବେଳକୁ ମଧ୍ୟ ରାତ୍ରି ଅଧିକ ହୋଇସାରିଥିବାରୁ ସୋନିଆ ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଚଣ୍ଡଗଡ଼ ଅଣାଯାଇଥିଲା। ଶ୍ରୀମତୀ ଗାନ୍ଧୀ ରାତି ୨ଟା ୩୫ ମିନିଟରେ ପହଞ୍ଚି ପଞ୍ଚକୁଲାଠାରେ ପହଞ୍ଚି ଏକ ହୋଟେଲରେ ରହିଥିଲେ। ପରେ ଆଜି ସକାଳ ୮ଟା ୩୦ରେ ତାଙ୍କୁ ସ୍ୱତନ୍ତ୍ର ବିମାନଯୋଗେ ନୂଆଦିଲ୍ଲୀ ଅଣାଯାଇଛି।
ପ୍ରଥମେ ସୋନିଆଙ୍କୁ ଚଣ୍ଡିଗଡ଼ର ପିଜିଆଇଏମଇଆରରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ହୋଇଥିଳା। ଏଥିପାଇଁ ପିଜିଆଇଏମଇଆରକୁ ସୂଚନା ଦିଆଯାଇ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ସୋନିଆଙ୍କୁ ସିମଲାରୁ ଚଣ୍ଡିଗଡ଼ ଅଣାଯିବା ବେଳେ ସିମଲାର ଆଇଜିଏମସି ହସ୍ପିଟାଲର ସିନିୟର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ରମେଶ ଚାନ୍ଦଙ୍କୁ ତାଙ୍କ ସହିତ ରହିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲେ ମଧ୍ୟ ସୋନିଆ ଗାନ୍ଧୀ ନିଜ ଝିଅ ପ୍ରିୟଙ୍କାଙ୍କ ସହିତ ଏକ ଘରୋଇ ଗାଡ଼ିରେ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ମାତ୍ର ତାଙ୍କ ଘରୋଇ ଡାକ୍ତର ଯିଏ ପ୍ରିୟଙ୍କାଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ, ସୋନିଆଙ୍କୁ ନୂଆଦିଲ୍ଲୀ ନେବା ପାଇଁ କହିଥିଲେ। ତେଣୁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇ ଆଜି ସକାଳେ ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି।