କୌଣସି ପ୍ରକାରର ହିଂସାରେ ଭାଗ ନ ନେବା ଲାଗି ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଲୋକଙ୍କୁ ସାଂପ୍ରଦାୟିକ ସଦଭାବ ଜାରି ରଖିବା ସହ କୌଣସି ପ୍ରକାରର ହିଂସାରୁ ଦୂରେଇ ରହିବା ଲାଗି ଅନୁରୋଧ କରିଛନ୍ତି ସୋନିଆ ଗାନ୍ଧୀ।
ସେ ସେ ଦିଲ୍ଲୀର ଜନତାଙ୍କୁ ସାଂପ୍ରଦାୟିକ ସଦଭାବ ଜାରି ରଖିବା ସହ ଦେଶକୁ ଧର୍ମ ଅନୁସାରେ ବାଣ୍ଟୁଥିବା ବଳ ଭୁଲ ବୋଲି କହିଛନ୍ତି ।
ଏଥିରେ ହିଂସାରେ ପ୍ରାଣ ହରାଇଥିବା ମୁଖ୍ୟ କନଷ୍ଟେବଳ ରତନ ଲାଲଙ୍କ ପାଇଁ ସୋନିଆ ଗାନ୍ଧୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ବୋଲି କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ହିଂସାକୁ ପ୍ରଶୟ ଦେଇ ନଥିଲେ ବୋଲି କହିବା ସହିତ କୌଣସି ପ୍ରକାରର ହିଂସାରେ ଭାଗ ନ ନେବା ଲାଗି ସୋନିଆ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । । କିଛି ଲୋକ ଭାରତକୁ ବିଭାଜନ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

News18

ସୂଚନାଯୋଗ୍ୟ, ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ହୋଇଥିବା ଭୟଙ୍କର ସଂଘର୍ଷରେ ୫ ଜଣ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ୫୦ ଜଣ ଆହତଙ୍କ ମଧ୍ୟରେ ଜଣେ ଡିସିପି ମଧ୍ୟ ଅଛନ୍ତି। ଦେଶ ବି‌ରୋଧୀ ଏବଂ ହିଂସା ସୃଷ୍ଟି କରୁଥିବା ଦୁବୃର୍ତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର