ଅକ୍ଟୋବର ୬ରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅକ୍ଟୋବର ୬ରେ ଭାରତ ଯୋଡା ଯାତ୍ରାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏବେ ଭାରତ ଯୋଡା ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଥିବା ବେଳେ ସୋନିଆ ଗାନ୍ଧୀ କର୍ଣ୍ଣାଟକ ଯାଇ ଯାତ୍ରାରେ ସାମିଲ ହେବେ ବୋଲି କୁହାଯାଉଛି। କଂଗ୍ରେସର ଏହି କର୍ଣ୍ଣାଟକ ଯାତ୍ରା ୨୧ଦିନ ଧରି ଚାଲିବା ସହ ରାଜ୍ୟରେ ୫୧୧ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ। ଏହି ଯାତ୍ରା ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ତାମିଲନାଡୁ ଏବଂ କେରଳ ଦେଇ ଯିବା ପରେ ଶୁକ୍ରବାର ଦିନ କର୍ଣ୍ଣାଟକରେ ପ୍ରବେଶ କରିଥିଲା।

ଏହି ଯାତ୍ରାରେ ପ୍ରଥମ କରି ସୋନିଆ ଗାନ୍ଧୀ ଅଂଶଗ୍ରହଣ କରିବେ ଏବଂ ରାହୁଲଙ୍କ ସହ ଚାଲି ଚାଲି ଲୋକଙ୍କୁ ଭେଟିବେ। ରାହୁଲ ଗାନ୍ଧୀ ଏବେ ଚାଲି ଚାଲି ଲୋକଙ୍କୁ ଭେଟିବା ସହ ପଡୋଶୀ ତାମିଲନାଡୁର ଗୁଡାଲୁରରୁ ବାହରି ସେପ୍ଟେମ୍ବର ୩୦ରେ କର୍ଣ୍ଣାଟକର ଗୁଣ୍ଡଲୁପେଟରେ ପହଞ୍ଚିଛନ୍ତି। ଏହି ଯାତ୍ରା କରି କଂଗ୍ରେସ ହଜାଇ ସାରିଥିବା ଭାବମୂର୍ତ୍ତିକୁ ପୁଣି ଥରେ ଫେରି ପାଇବାକୁ ଚେଷ୍ଟା କରୁଛି। ପୁଣି ଥରେ କ୍ଷମତାକୁ ଆସିବା ପାଇଁ ରାହୁଲ ଏହି ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର