ପୁଣି କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜଧାନୀରେ ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି।

ସମ୍ପ୍ରତି ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌ର ଅଧ୍ୟକ୍ଷା ଥିବା ସୋନିଆ ଉତ୍ତର ପ୍ରଦେଶର ବରେଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ୧. ୬୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାଜିତ କରିଛନ୍ତି।

ସୋନିଆଙ୍କ ବ୍ୟତିରେକେ, କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଏବଂ ଅନ୍ୟ ୫୦ ଜଣ ଲୋକସଭା ସାଂସଦ ଏହି ବୈଠକରେ ଉପସ୍ଥିତ ଥିଲେ। ପାର୍ଲାମେଣ୍ଟ୍‌ର କେନ୍ଦ୍ରୀୟ ହଲ୍‌ରେ ଏହି ବୈଠକ ଆୟୋଜନ କରାଯାଇଥିଲା।

ଖବର ଅନୁସାରେ ଆଗାମୀ ସଂସଦ ଅଧିବେଶନ ଲାଗି ଦଳୀୟ ରଣନୀତି ସଂକ୍ରାନ୍ତରେ ବିଚାରବିମର୍ଶ କରିଥିଲେ। ଆର୍ଥିକ ମନ୍ଥରତା, ବେକାରୀ ଏବଂ ଅନ୍ୟ କେତେକ ସମସ୍ୟା ସଂକ୍ରାନ୍ତରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଆସୁଥିଲା।

ମେ ୨୫ ତାରିଖ ଦିନ ଦଳର କାର୍ଯ୍ୟକାରିଣୀ ବୈଠକ ପରେ ଶନିବାରର ସିପିପି ବୈଠକ ଥିଲା କଂଗ୍ରେସ ମୁଖ୍ୟଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ।

ସମ୍ବନ୍ଧିତ ଖବର