ସ୍ବାସ୍ଥ୍ୟ ପରୀକ୍ଷା ଲାଗିି ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସହିତ ବିଦେଶ ଯିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସାଥିରେ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଯିବେ ବୋଲି ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି କହିଛି।

କିନ୍ତୁ, କେଉଁ ଦିନ ଓ ସ୍ଥାନକୁ ସେମାନେ ଗସ୍ତ କରିବେ ସେ ସଂକ୍ରାନ୍ତରେ ଦଳ ସୂଚନା ଦେଇନାହିଁ। ମାତ୍ର ସେପ୍ଟେମ୍ବର ୪ ତାରିଖ ଦିନ ରାହୁଲ୍‌ ଗାନ୍ଧୀ କଂଗ୍ରେସର ‘ମେହ୍‌ଙ୍ଗାଇ ପର୍‌ ହାଲ୍ଲା ବୋଲ୍‌’ ରାଲିରେ ଉଦ୍‌ବୋଧନ ଦେବେ।

ଏକ ବିବୃତିରେ କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଡାକ୍ତରୀ ପରୀକ୍ଷା ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଯିବେ ଏବଂ ଦିଲ୍ଲୀକୁ ଫେରିବା ଆଗରୁ ସେ ତାଙ୍କ ଅସୁସ୍ଥ ମାଆଙ୍କୁ ମଧ୍ୟ ଭେଟିବାକୁ ଯିବେ।

Image Courtesy of Republic World

ଏହାଛଡ଼ା, ରାହୁଲ୍‌ ଓ ପ୍ରିୟଙ୍କା ମଧ୍ୟ ସୋନିଆଙ୍କ ସହିତ ଯିବେ। କିନ୍ତୁ, ତା’ ପୂର୍ବରୁ ସେପ୍ଟେମ୍ବର ୪ ତାରିଖ ଦିନ ରାହୁଲ୍‌ ଗାନ୍ଧୀ କଂଗ୍ରେସର ‘‘ମେହ୍‌ଙ୍ଗାଇ ପର୍‌ ହାଲ୍ଲା ବୋଲ୍‌’ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୭ରୁ କଂଗ୍ରେସ କନ୍ୟାକୁମାରୀରୁ କଶ୍ବୀର ପର୍ଯ୍ୟନ୍ତ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ସେମାନେ ବିଦେଶ ଗସ୍ତରେ ବାହାରୁଛନ୍ତି। ସେହିପରି, ଆଗକୁ ଦଳର ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ପଡୁଛି, ଯାହା ଲାଗି ଚଳିତ ସପ୍ତାହରେ ତାରିଖ ଧାର୍ଯ୍ୟ କରାଯିବ।

ସେହିପରି, ନିକଟ ଅତୀତରେ ସୋନିଆ ଗାନ୍ଧୀ ଦ୍ବିତୀୟ ଥର ପାଇଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର