ନୂଆଦିଲ୍ଲୀ: ଧାରା ୨୫୪(୨)‌ ଦ୍ବାରା କୌଣସି ନିୟମ ପ୍ରୟୋଗ କରି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ‘କୃଷି-ବିରୋଧୀ ଆଇନ’କୁ ରଦ୍ଦ କରି କୃଷକମାନଙ୍କ ପ୍ରତି କରାଯାଇଥିବା ଘୋର ଅନ୍ୟାୟର ପ୍ରତିରୋଧ କରିବା ନିମନ୍ତେ କୌଣସି ସମ୍ଭାବନା ଅଛି କି, ନାହିଁ ଖୋଜି ବାହାର କରିବାକୁ ସୋମବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ୨୦୧୩ରେ ଉପା ସରକାରଙ୍କ ଅମଳରେ ପ୍ରଣୟନ ହୋଇଥିବା ଜମି ଅଧିଗ୍ରହଣ ଆଇନ୍‌କୁ ରଦ୍ଦ କରିବା ଲାଗି ରାଜ୍ୟମାନେ ନିଜ ନିଜର ଆଇନ ପ୍ରୟୋଗ କରନ୍ତୁ ବୋଲି ୨୦୧୫ରେ ବିଜେପି ସରକାର ନିଜ ଦଳ ଶାସିତ ରାଜ୍ୟମାନଙ୍କୁ କହିଥିଲା। ସମ୍ପ୍ରତି ବିରୋଧୀ ଦଳ କଂଗ୍ରେସ ବିଜେପି ସରକାର ବିରୋଧରେ ସେ ଭଳି ନିୟମ ପ୍ରଣୟନ ପାଇଁ ଉଦ୍ୟମ ଚଳାଇଛି।

କଂଗ୍ରେସର କାର୍ଯ୍ୟନିର୍ବାହୀ ସାଧାରଣ ସଚିବ ବେଣୁ କେସି ଗୋପାଳ ଏକ ବିବୃତିରେ ସୋନିଆ ଗାନ୍ଧୀ ଏ ପରି କଥା କହିଥିବା କହିଛନ୍ତି। ସେ କହିଛନ୍ତି, ସମ୍ବିଧାନର ଧାରା ୨୪୫ (୨) ଅଧୀନରେ ରାଜ୍ୟମାନେ ନିଜେ ନିଜର ଆଇନ କରିବା ନିମନ୍ତେ ଯେଉଁ ବ୍ୟବସ୍ଥା ରହିଛି, ତା’ର ଉପଯୋଗ କରି କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌କୁ ରଦ୍ଦ କରନ୍ତୁ। ଏହାଦ୍ବାରା ରାଜ୍ୟମାନେ ଅଗ୍ରହଣୀୟ ‘କୃଷକ ବିରୋଧୀ’ ଆଇନ୍‌କୁ ଏଡ଼ାଇ ପାରିବେ।