ନୂଆଦିଲ୍ଲୀ: କରୋନା ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପୂର୍ବ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ଏବଂ ବିଭିନ୍ନ ଦଳର ନେତୃବୃନ୍ଦମାନଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଏନେଇ ସେ ପ୍ରମୁଖ ନେତୃବୃନ୍ଦଙ୍କଠାରୁ ପରାମର୍ଶ ମାଗିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କରୋନା ମୁକାବିଲା ଦିଗରେ ୫ଟି ପରାମର୍ଶ ଦେଇଛନ୍ତି। କରୋନା ମୁକାବିଲା ପାଇଁ ସରକାର ଏବେ ଖର୍ଚ୍ଚକାଟ ପଦକ୍ଷେପ ଗ୍ରହଣ କରିବାପାଇଁ ସେ କହିଛନ୍ତି। ସୋନିଆ ମୋଦୀଙ୍କୁ ଦେଇଥିବା ୫ଟି ପରାମର୍ଶ ମଧ୍ୟରୁ ଗୋଟିଏ ପରାମର୍ଶ ହେଉଛି - ସରକାର ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ଗଣମାଧ୍ୟମ-ଟିଭି, ପ୍ରିଣ୍ଟ୍ ଏବଂ ଅନଲାଇନ୍ ମିଡିଆକୁ ସରକାରୀ ବିଜ୍ଞାପନ ଦେବା ବନ୍ଦ କରନ୍ତୁ। କରୋନା ମୁକାବିଲା ପାଇଁ ସରକାର ଏବେ ଖର୍ଚ୍ଚକାଟ ପଦକ୍ଷେପ ଗ୍ରହଣ କରନ୍ତୁ। ୨୦,୦୦୦ କୋଟିର କେନ୍ଦ୍ରୀୟ ରାସ୍ତା ସୌନ୍ଦର୍ଯ୍ୟକରଣ ଯୋଜନା ଏବଂ ବିଭିନ୍ନ ନିର୍ମାଣ ପ୍ରକଳ୍ପଗୁ୍ଡ଼ିକୁ ବନ୍ଦ କରିବାବାପଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଏହି ଟଙ୍କାକୁ ନୂଆ ହସ୍ପିଟାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟର ନିର୍ମାଣ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ସେହିପରି ସାଂସଦଙ୍କର ଯେଉଁ ୩୦ ପ୍ରତିଶତ ଦରମା କାଟ କରାଯିବ ତାହା ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଅସହାୟଙ୍କ ପାଇଁ ବ୍ୟବହାର କରିବାକୁ ସେ କହିଛନ୍ତି। ସମସ୍ତ ବିଦେଶ ଗସ୍ତକୁ ବନ୍ଦ କରାଯିବା ଉଚିତ୍ ବୋଲି ସୋନିଆ କହିଛନ୍ତି। ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ୍ ଟ୍ରିପ୍ ପାଇଁ ୩୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଦେଶ ଗସ୍ତ ବାବଦ ଅର୍ଥକୁ କରୋନା ମୁକାବିଲା ଦିଗରେ ବ୍ୟବହାର କରିହେବ ବୋଲି ସେ କହିଛନ୍ତି। ପିଏମ୍ କେୟାର୍ସ ଫଣ୍ଡ୍କୁ ଆସୁଥିବା ପାଣ୍ଠିକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଟିକୁ ପଠାଇବାପାଇଁ ସେ କହିଛନ୍ତି। ଏହାଦ୍ବାରା ସ୍ବଚ୍ଛତା ବଜାୟ ରହିବ। ସେହିପରି ୨ଟି ପାଣ୍ଠି ହେବାଦ୍ବାରା ଶ୍ରମ ଏବଂ ସମ୍ବଳ ନଷ୍ଟ ହେଉଛି ବୋଲି ସେ କହିଛନ୍ତି।
କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୫ ପରାମର୍ଶ
/sambad/media/post_attachments/wp-content/uploads/2020/04/868580-pm-modi-and-sonia-gandhi-rep-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)