ଦୁଷ୍କର୍ମ ଅଭିଯୋଗରେ ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ଗିରଫ

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ପି.ପି. ମାଧବନଙ୍କୁ ଗିରଫ କରାଯାଇଛି । ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଚାକିରି କରାଇଦେବା ଓ ବିବାହ କରିବା ପ୍ରତିଶ୍ରୁତି ଦେଇ ମାଧବନ ତାଙ୍କୁ ଦୁଷ୍କର୍ମ କରିଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଛନ୍ତି ।

ଯୁବତୀଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦୁଷ୍କର୍ମ ସଂପର୍କରେ ପୁଲିସରେ ଅଭିଯୋଗ ନ କରିବାକୁ ସେ ଧମକ ଦେଇଥିଲେ । ଅଭିଯୋଗ କଲେ ତାହାର ପରିଣତି ଭୋଗ କରିବାକୁ ପ୍ରସ୍ତୁତ କରିବାକୁ ସେ ଧମକ ଦେଇଥିବା ଯୁବତୀ ପୁଲିସକୁ କହିଛନ୍ତି ।

ଏ ସଂପର୍କରେ ସଂପୃକ୍ତ ଯୁବତୀ ଗତ ୨୫ ତାରିଖରେ ଦିଲ୍ଲୀର ଉତ୍ତମନଗର ଥାନାରେ ଅଭିଯୋଗ କରିଥିଲେ । ଏହା ପୁଲିସ ଆଇପିସିର ଧାରା ୩୭୬ (ଦୁଷ୍କର୍ମ) ଓ ଧାରା ୫୦୬ ( ଅପରାଧିକ ଧମକ)ରେ ମାମଲା ରୁଜ୍ଜୁ କରିଛି ।

ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବତୀଙ୍କ ସ୍ବାମୀ କଂଗ୍ରେସ ଅଫିସରେ କାର୍ଯ୍ୟ କରୁଥିଲେ । ତେବେ ୨୦୦୯ରେ ସେ ମୃତ୍ୟୁବରଣ କରୁଥିଲେ । ଏହା ପରେ ଯୁବତୀଜଣକ ଅସହାୟ ହୋଇପଡ଼ିଥିଲେ ଓ ଏକ ଚାକିରି ପାଇଁ ମାଧବନଙ୍କ ଦ୍ବାରସ୍ଥ ହୋଇଥିଲେ । ପୁଲିସ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର