ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ମିଟିଂ କରିଛନ୍ତି। ଯେଉଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋନିଆ ଆଲୋଚନା କରିଛନ୍ତି ସେମାନେ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ପୁଡୁଚେରି ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) କ୍ଷତିପୂରଣ, ଜେଇଇ, ଏନ୍ଇଇଟି ପରୀକ୍ଷା ଘୁଞ୍ଚାଇବା ଆଦି ବିଭିନ୍ନ ପ୍ରସଙ୍ଗରେ ସୋନିଆ ସେମାନଙ୍କ ସହ ଆଲୋଚନା କରିଛନ୍ତି।
ସଂସଦର ମୌସୁମୀ ଅଧିବେଶନ ଆଉ ୩ ସପ୍ତାହରୁ କମ୍ ସମୟ ଥିଲାବେଳେ ସୋନିଆଙ୍କ ଏହି ଆଲୋଚନା ଗୁରୁତ୍ବ ବହନ କରୁଛି। ସେପ୍ଟେମ୍ବରରେ ହେବାକୁ ଥିବା ଜେଇଇ ଓ ଏନ୍ଇଇଟି ପରୀକ୍ଷାକୁ ଘୁଞ୍ଚାଇବା ନେଇ ମଧ୍ୟ ସୋନିଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସୁପ୍ରିମ କୋର୍ଟ ପରୀକ୍ଷା ଆୟୋଜନ ପାଇଁ ଦେଇଥିବା ରାୟର ସମୀକ୍ଷା ପାଇଁ ବିରୋଧୀ ଦଳଗୁଡ଼ିକ ସୁପ୍ରିମ କୋର୍ଟ ଯିବା ଉଚିତ ବୋଲି ମମତା ପ୍ରସ୍ତାବ ଦେଇଥିଲେ। ପରେ ସୁପ୍ରିମ କୋର୍ଟରେ ଆବେଦନ ପାଇଁ ମଧ୍ୟ ବୈଠକରେ ନିଷତ୍ତି ନିଆଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fshs4f6h4sf654hsf65hsf.jpg)