ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କିଛି ସାମାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଛି। ତେବେ ଏହା ଏକ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବୋଲି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି, ତାଙ୍କ ଅବସ୍ଥା ସ୍ଥିର ଅଛି । ଏ ନେଇ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।

Advertisment

ପୂର୍ବରୁ ୨୦୧୧ ମସିହାରେ ବିଦେଶରେ ସୋନିଆଙ୍କ ଏକ ଅସ୍ତ୍ରୋପଚାର ହୋଇଥିଲା । ସେହିପରି ୨୦୨୨ରେ ବି ସୋନିଆ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯାଇଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ସୋନିଆ ଗାନ୍ଧୀଙ୍କୁ ରୁଟିନ୍ ଚେକ୍ଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୩ ମାସ ପୂର୍ବରୁ ମଧ୍ୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ମଧ୍ୟ ତାଙ୍କୁ  ରୁଟିନ୍ ଚେକ୍ଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ପୂର୍ବରୁ ୨୦୧୧ ମସିହାରେ ବିଦେଶରେ ସୋନିଆଙ୍କ ଏକ ଅସ୍ତ୍ରୋପଚାର ହୋଇଥିଲା । ତେବେ ତାଙ୍କର କେଉଁ ସମସ୍ୟା ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ତାହା ଗୋପନ ରଖାଯାଇଥିଲା । ସେହିପରି ୨୦୨୨ରେ ବି ସୋନିଆ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯାଇଥିଲେ ।