ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ସୋନିଆଙ୍କୁ ଜ୍ବର ହୋଇଥିବାରୁ ସେ ଚିକିତ୍ସା ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବିଭିନ୍ନ ଟେଷ୍ଟ୍ କରାଯିବା ସହ ନିରୀକ୍ଷଣରେ ରଖାଯାଇଛି। ତେବେ ୭୬ ବର୍ଷୀୟା ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଗୁରୁବାର ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡା ଅରୁପ ବାସୁଙ୍କ ଅଧୀନରେ ତାଙ୍କର ଚିକିତ୍ସା କରାଯାଉଛି। ଚଳିତ ବର୍ଷ ସୋନିଆ ଦ୍ବିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ଜାନୁଆରିରେ ମଧ୍ୟ ସେ ଶ୍ବାସନଳି ସଂକ୍ରମଣ ପାଇଁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।