ଲୋକସଭାରେ ବିରୋଧୀ ଦଳମାନଙ୍କ ନେତୃତ୍ବ ନେଲେ ସୋନିଆ

ନୂଆଦିଲ୍ଲୀ : ତୈଳ ଦର ବୃଦ୍ଧିକୁ ଆଜି ବିରୋଧୀ ଦଳ ନେତାମାନେ ଲୋକସଭାରେ ପ୍ରବଳ ବିରୋଧ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତୈଳ ଦରବୃଦ୍ଧି ବିରୋଧରେ ବିରୋଧୀ ଦଳମାନଙ୍କ ପ୍ରତିବାଦର ନେତୃତ୍ବ ନେଇଥିଲ। ସୋନିଆ କେବଳ ନିଜ ଦଳର ନେତାଙ୍କୁ ପ୍ରଶ୍ନ କାଳରେ ଯୋଗ ଦେବାପାଇଁ ବାରଣ କରିନଥିଲେ ବରଂ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଏଥିପାଇଁ ମନା‌ କରିଥିଲେ। ପ୍ରଶ୍ନକାଳରେ ବି‌ରୋଧୀ ଦଳ ନେତାମାନେ ତୈଳ ଦର ବୃଦ୍ଧିକୁ ପ୍ରବଳ ବିରୋଧ କରିଥିଲେ। ତେବେ ଜଣେ ଏନ୍‌ସି ନେତା ତାଙ୍କର ଏକ ପ୍ରଶ୍ନ ଉପରେ ଅତିରିକ୍ତ ପ୍ରଶ୍ନ କରିବା ସମୟରେ ସୋନିଆ ତାଙ୍କୁ ବସିବାପାଇଁ ଇସାରା କରିଥିଲେ। ସୋନିଆଙ୍କ କଥାରେ ସେ ନିଜ ଆସନରେ ବସିଥିଲେ। ଲୋକସଭାରେ ବିରୋଧ ପ୍ରଦର୍ଶନରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ଆଜି ସଂସଦରେ ଜମ୍ମୁ କାଶ୍ମୀର ପାଇଁ ୧.୪୨ ଲକ୍ଷ କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ କରାଯାଇଥିଲା।

ସମ୍ବନ୍ଧିତ ଖବର