ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଉଦ୍ଧବ ଠାକ୍ରେଙ୍କ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନାହାନ୍ତି। ତେଣୁ ଉଦ୍ଧବଙ୍କ ପାଖକୁ ଏକ ପତ୍ର ଲେଖି ସୋନିଆ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହି ପତ୍ରରେ ସୋନିଆ କହିଛନ୍ତି, ଦେଶ ବିଜେପିଠାରୁ ବଡ଼ ବିପଦ ସାମ୍ନା କରୁଥିବା ସମୟରେ ୩ ଦଳ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ଏକାଠି ହୋଇଛନ୍ତି। ଦେଶରେ ରାତନୈତିକ ବାତାବରଣ କଳୁଷିତ ହୋଇଯାଇଛି ଏବଂ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଛି। କୃଷକମାାନେ ବଡ଼ ଧରଣର ସଙ୍କଟ ଦେଇ ଗତି କରୁଛନ୍ତି । ତେବେ ଶିବସେନା, ଏନ୍ସିପି ଏବଂ କଂଗ୍ରେସ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଆଧାରରେ କାମ କରିବା ପାଇଁ ରାଜି ହୋଇଛନ୍ତି ଏବଂ ୩ ଦଳ ଏହା କାର୍ଯ୍ୟକାରୀ କରିବେ ବୋଲି ସୋନିଆ ଦୃଢ଼ ବିଶ୍ବାସ ରଖିଥିବା ଚିଠି ମାଧ୍ୟମରେ କହିଛନ୍ତି। ସୋନିଆ କହିଛନ୍ତି, ମେଣ୍ଟ ମହାରାଷ୍ଟ୍ର ଲୋକଙ୍କ ଆଶାକୁ ପୂରଣ କରିବ। ସୋନିଆ ମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କ ନିକଟକୁ ମଧ୍ୟ ଏକ ଭିନ୍ନ ଚିଠି ଲେଖିଛନ୍ତି। ନୂଆ ସରକାର ଲୋକଙ୍କ ଉଦ୍ଦେଶ୍ୟ ସାଧନ ପାଇଁ କାମ କରିବ ବୋଲି ସେ ଆଶା କରୁଛନ୍ତି ବୋଲି ଏହି ଚିଠିରେ କହିଛନ୍ତି।
ଉଦ୍ଧବଙ୍କୁ ସୋନିଆଙ୍କ ପତ୍ର, ଦେଶ ବିଜେପିଠାରୁ ବଡ଼ ବିପଦ ସାମ୍ନା କରୁଛି
/sambad/media/post_attachments/wp-content/uploads/2019/11/fffffffffffffff55555555555555555555555555dddddddd.jpg)