ସର୍ବଦଳୀୟ ବୈଠକରେ ମୋଦୀ ସରକାରଙ୍କୁ ସୋନିଆଙ୍କ ୭ଟି ପ୍ରଶ୍ନ

ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ପ୍ରସଙ୍ଗରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କେନ୍ଦ୍ର ସରକାରଙ୍କୁ ୭ଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
କେବେ ଚୀନ ସେନା ଆମ ଅଞ୍ଚଳରେ ପ୍ରବେଶ କଲା ? ଚୀନ ସେନାର ଅନୁପ୍ରବେଶ ସଂପର୍କରେ ସରକାର କେବେ ସୂଚନା ପାଇଲେ , ମେ ୫ ରେ ବା ତା ପୂର୍ବରୁ ? ସରକାର ନିୟମିତ ଭାବେ ଆମଦେଶର ସୀମାର ସାଟେଲାଇଟ ଚିତ୍ର ଦେଖନ୍ତି ନାହିଁ କି ? ଦେଶର ବାହ୍ୟ ଗୁଇନ୍ଦା ସଂସ୍ଥା ଏଲଏସିରେ କୌଣସି ଅସ୍ୱାଭାବିକ ଘଟଣା ଜାଣିପାରିଲା ନାହିଁ କି ? ମିଲିଟାରୀ ଗୁଇନ୍ଦା ଚୀନ ସେନାର ରଣ ସଜ୍ଜା ସଂପର୍କରେ କିଛି ସୂଚନା ପାଇଥିଲା କି ? ସରକାର ଏହାକୁ ଏକ ଗୁଇନ୍ଦା ବିଫଳତା ଭାବୁଛନ୍ତି କି ? ମାଉଣ୍ଟେନ ଷ୍ଟ୍ରାଇକ କୋରର ସ୍ଥିତି କଣ ?
ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି ବୋଲି ସରକାର ଦେଶବାସୀ ଓ ବିରୋଧୀ ଦଳମାନଙ୍କୁ ଭରସା ଦିଅନ୍ତୁ ।
ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି ।  ଏହି ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ବୟାନ ଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର